Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Pradhan

Others

3  

Pramod Pradhan

Others

ଅପହର୍ତ୍ତା

ଅପହର୍ତ୍ତା

1 min
13.7K


ଅପହର୍ତ୍ତା

 

ପ୍ରମୋଦ ପ୍ରଧାନ

 

ହେ ମୁଷ୍ଟିମେୟ ରାଜନେତା,

ପଥଭ୍ରଷ୍ଟ ସ୍ୱାର୍ଥବାଦୀ ରାଜନୀତି ଦଳ!

'ବନ୍ଦ’ର ଆଳରେ,

ନିଜ ଚେତନାରେ ଆଉ ଢାଳନା କଳା କାଳି,

ବିପର୍ଯ୍ୟସ୍ତ କରି ଦେଶର ଅର୍ଥନୀତି,

କୋଟିକୋଟି ଲୋକଙ୍କ ଭବିଷ୍ୟତ

ବାରବାର ଦିଅନା ଦଳି ।

 

ସବୁ ଜଣା ତୁମ ପାରିବାପଣିଆ,

ତୁମେସବୁ ଗୋଟେଗୋଟେ

ଗୁଣଗାରିମା ଛେଉଣ୍ଡ ଗୁଣିଆ,

ସୁନେଲି ସ୍ୱପ୍ନରେ ବିଭୋର ତୁମ ଆତ୍ମସିଦ୍ଧି,

ମୁଣ୍ଡରେ ନକଲି ଗୁଣିଆର

ଗୋଛାଗୋଛା ବିକଳାଙ୍ଗ ବୁଦ୍ଧି ।

 

ବିକଶିତ ବୁଦ୍ଧି ବଳେ

ବୃଦ୍ଧି ହୁଏ ଜୀବନର ମାନ,

ଫେରିଆସେ ହୃତ ଗୌରବ ସମ୍ମାନ,

ଗୌରବାନ୍ୱିତ କର କୋଣ-ଅନୁକୋଣେ

ଦେଶର ମାଟି-ଗୋଡ଼ି-ପାଣି-ପବନ

ପୋଡ଼ିଦେଇ କଳୁଷିତ ସମ୍ମୋହନ ।

 

ହେ ସୁଧିବୃନ୍ଦ, ଦେଶର ଭାଗ୍ୟବିଧାତା!

ସମୟର କଷଟିରେ ମୁହଁ ଖୋଲି, ଦିଅ ବାର୍ତ୍ତା,

ଆଉ ଡେରି କିଆଁ...?

ଜାଳିଦିଅ ନିଆଁ କଳଙ୍କିତ ପୃଷ୍ଠେ,

ଇତିହାସ ପୃଷ୍ଠାରୁ ଲିଭିଯାଉ ଅପହର୍ତ୍ତା !

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in