ବିରହ କବିତା -୧
ବିରହ କବିତା -୧
ବିରହିଣୀ ପ୍ରିୟା ମୋ ହୃଦ କନ୍ଦରେ
ଅଛ ତୁମେ ସଦା ରହି
ରହିଥିଲ ରହିଥିବ ସବୁ ଦିନ
ଭୁଲି ତ ପାରିବି ନାହିଁ ।
ଭଲ ପାଉଛି ମୁଁ ନିଜ ଠାରୁ ବେଶି
କେମିତି ପାରିବି ଭୁଲି
ଭଲ ପାଉଥିଲି ପାଉଥିବି ପ୍ରିୟା
ଯେତେ ଦିନ ଥିବି ଜୀଇଁ ।
ତୁମ ସେଇ ସ୍ମୃତି ଆଜିବି ଜୀବନ୍ତ
ଆଜି ବି ପାରିନି ଭୁଲି
ତୁମ ସହ ବିତା ପ୍ରତିଟି ସମୟ
ହୃଦୟ ମୋ ଦିଏ ଜାଳି ।
ସାଥି ହୋଇ ବାଟ ଚାଲିବା ପାଇଁ ତ
କଥା ମୋତେ ଥିଲ ଦେଇ
ଆଜି ଏକା ଏକା ଚାଲୁଛି ବାଟ ମୁଁ
ଜୀବନ ର ଲକ୍ଷ୍ୟ ଭୁଲି ।
ଡରିବା ନି ବୋଲି ଏଇ ଦୁନିଆ କୁ
ତୁମେ ପରା ଥିଲ କହି
ଆଜି କାହିଁ ପ୍ରିୟା ଡରି ସମାଜ କୁ
ମୋ ଠାରୁ ଗଲ ଦୁରେଇ ।
ମୋତେ ଏକା କରି କେମିତି ରହିଛ
ମୋ ଠାରୁ ଦୂରରେ ରହି
ସାତ ଜନ୍ମ ପାଇଁ କଥା ଦେଇ ପ୍ରିୟା
ସାତ ଦିନେ ଗଳ ଭୁଲି ।
ମନ କୁ ସିନା ମୁଁ ଦେଇଛି ବୁଝେଇ
ହୃଦୟ ଜମା ବୁଝୁନି
ତୁମ ଫେରିବାର ଶେଷ ଆଶା ନେଇ
ଆଜି ବି ତ ମୁଁ ବଞ୍ଚିଛି ।