Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

2  

Niranjan Sahu

ଛଟପଟର ଜୀବନ

ଛଟପଟର ଜୀବନ

1 min
6.5K


ଛଟପଟର ଦୁନିଆଁରେ ଭାଇ ।

ହେବେ ସବୁ ଛଟପଟ

କିଏ ଧନ ପାଇଁ କିଏ ମାଁ ପାଇଁ

ହେବେ ଖାଲି ଛଟ ପଟ

ରୋଗ ଯନ୍ତ୍ରଣାରେ କିଏ ଛଟପଟ

କାର ପରିବାର ନାଟ ||


ସମ୍ପର୍କ ପାଇଁ କେ ଛଟପଟ ହୁଏ

ଘରେ ଘରେ ଚାଲେ ନାଟ

ଇଜତ ପାଇଁ କେ ଛଟପଟ ହୁଏ

କା ପାଇଁ ଅଭାବ ନାଟ

ସନ୍ତାନ ପାଇଁ କେ ଛଟପଟ ହୁଏ

କା ପାଇଁ ସ୍ନେହର ନାଟ

ପ୍ରେମ ପାଇଁ କିଏ ଛଟପଟ ହୁଏ

ପ୍ରତାରଣା ପାଇଁ ନାଟ

ଭୋଟ ପାଇଁ ନେତା ଛଟପଟ ହୁଏ

କା ପାଇଁ ପଦର ନାଟ

ନିଶାଦ୍ରବ୍ୟ ପାଇଁ ଛଟପଟ କିଏ

ଏଇତ ଜୀବନ ଘଟ ||


ଦୁନିଆରେ ଯଦି ଜନମ ନେଇଛ

ହେବ ନିଶ୍ଚେ ଛଟପଟ

ଦେବତା ହେଉ କି ଦାନବ

ଭୋଗିବେ ନିଶ୍ଚୟ ନାଟ

ଖାଲ ପରେ ଢେପ,ଢେପ ପରେ ଖାଲ

ଏଇତ ଜୀବନ ବାଟ

ସୁଖ ଦୁଃଖକୁ ଗ୍ରହଣ କରିଲେ

ସରିବ ଜୀବନ ବାଟ ||


ନିରଞ୍ଜନ ସାହୁ


Rate this content
Log in