କଣ୍ଟେଇ କୋଳି
କଣ୍ଟେଇ କୋଳି
1 min
6.8K
କଣ୍ଟେଇ କୋଳି
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ, ସି.ଆର.ସି.ସି.
କଣ୍ଟେଇ କୋଳି ଲୋ
କଣ୍ଟେଇ କୋଳି
ନିତି ଦେଖୁଥିଲି ତୋତେ ।
ସାଙ୍ଗ ସାଥେ ମୁହିଁ
ଯେବେ ଯାଉଥିଲି
ଗାଧୋଇବା ନାଳ ତଟେ ।।୧।।
ଝାଡାଯିବା ଲୋକ
ବାଟ କାଟୁଥିଲେ
ତାକୁ କହୁଥିଲୁ ରହିଥା' ।
ମୋ ନାଲି ଟୁକୁଟୁକୁ
କଳା ମିଚିମିଚି
ଦେହକୁ ଟିକେ ଛୁଉଁଥା ।।୨।।
ତୋଳିନିଅ ମୋତେ
ଚାପିଦିଅ ଓଠେ
ତୁମ ପାଟିରେ ଯିବି ମିଳେଇ ।
ଖଟାମିଠା ଅଠା
କଣ୍ଟା ସବୁରି ସ୍ଵାଦରେ
ଦେହରେ ହେବି ଗୋଳେଇ ।।୩।।
ଅଛି ସେହି ତଟ
ଅଛି ସେହି ପଥ
ରହିଛୁ ତୁ ସେହି ଜାଗାରେ ।
ଖାଲି ଭାଳି ହୁଏ
ଏ ନବ ଯଉବନେ
ରହି ତୋଠାରୁ ଦୂରରେ ।।୪।।