ଜୀବନ ଗୀତା- ୧୦୫
ଜୀବନ ଗୀତା- ୧୦୫
1 min
6.9K
ଜୀବନ ଗୀତା- ୧୦୫
ହାୟରେ ମନୁଆ ଜୀବନ
ମନ ମାନିଥିଲେ ଗୋଟାପଣେ ମୋର
ନମାନିଲେ ସାତପର ॥୦॥
କଷଟି ପଥରେ କଷୁଥାଉ କେବେ
ଅସମୟେ ଦଉ ସଙ୍ଗ
ସମୟ ସୂଅରେ ନଉକାଟିଏ ମୁଁ
ତୋ ହାତେ ସିନା ମୋ ମଙ୍ଗ
ସାତଛିଡା ମୋର ଉଡଇ ଅଝାଲ
ଦାଉ ସହି ପବନର ॥୧॥
କେଉଁ ମାପଦଣ୍ଡେ ମାପୁଥାଉ କେବେ
ସେକଥା ତ ତତେ ଜଣା
ଦଣ୍ଡ ବିଧାନରେ ହେଳା କରୁନାହିଁ
ହୋଇଗଲେ ଟିକେ ଊଣା
ତୋର ମାପକାଠି ହୋଇ ଚାବିକାଠି
ଖୋଲିଦିଏ ଭାଗ୍ୟଡୋର ॥୨॥