Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarat Jal

Tragedy

2  

Sarat Jal

Tragedy

ଅବଶୋଷ

ଅବଶୋଷ

1 min
6.8K


ମରଣକୁ କରେ ପସନ୍ଦ ମୁଁ

ଜୀବନକୁ କରେ ଘୃଣା

ଫୁଲର ଶେଜ ମୋ କପାଳରେ ନାହିଁ

ଅଛିତ କଣ୍ଟାବିଛଣା ॥


ରୁଚିକର ଖାଦ୍ୟ ଖୋଜୁଥିଲି ହେଲେ

ମିଳିଲା ଖାଣ୍ଟି ଅଲଣା

ଠିକଣା ଥାଇ ମୋ ହୃଦୟଖାତାରେ

ତଥାପି ମୁଁ ବାଟବଣା ॥


ବଣିକ ପରି ମୁଁ ପ୍ରେମରାଇଜରେ

ସ୍ୱପ୍ନ କଲି ବିକାକିଣା

ପରିଶେଷେ ମୋର ମନବଜାରରେ

ପ୍ରେମରତ୍ନ ହେଲା ଉଣା ॥


କିଏ ଜାଣିଥିଲା ଖେଳିବ ମୋସାଥେ

ପ୍ରେମକୁ ଭାବି ଖେଳଣା

ନୀଳ ଗଗନରେ ଉଡୁଉଡୁ ସିଏ

କାଟିଚାଲିଯିବ ଡେଣା ॥


ତୃଷା ମୋ ମେଣ୍ଟୁଛି ଓଠ ମୋ ପିଉଛି

ନୀରବେ ଲୁହଝରଣା

ଲହୁ ମୋ ଶୁଖିଛି ତୁମରି ବିହୁନେ

ଭାଙ୍ଗିଛି ହିଆ ଆଇନା ॥


ଅବଶୋଷ ମୋର ତୁମକୁ ଦେଖିଲେ

ପାଇବି ଶେଷପାଉଣା

ତୁମରି ହୃଦୟ ସ୍ୱର୍ଗଦ୍ୱାରେ ମୋର

ଜଳୁଛି ସ୍ମୃତି ଠିକଣା ॥


ଶରତ ଚନ୍ଦ୍ର ଜାଲି,ପଥରା

ତା:୧୦/୩/୨୦୧୮


Rate this content
Log in