Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

2  

Bhakta Malla

Inspirational

ସବୁ ତ ତୁମର

ସବୁ ତ ତୁମର

1 min
6.6K


ସଂଚିତ ମୋର ପାପର ପାଉଁଶ ତଳୁ -

ପବିତ୍ରତମ ଦୀପଶିଖାଟିଏ ଜଳୁ ।।

କେତେ ଜନମର ସାଇତା ସେ ପାପ

ଜାଳୁ ଅଛି ମୋର ପ୍ରାଣ ଅବିରତ

ଜାଳିଦିଅ ପ୍ରଭୁ - ଜଳିଯାଉ ସବୁ

ଯାହା ଅଛି ସେଇ କାଳୁ ।

ରାଶି ରାଶି ସେଇ ଘନ ଅନ୍ଧକାର

ଭୁଲାଇଛି ତୁମ ପଙ୍କଜ ପୟର

ପୋଛିଦିଅ ପ୍ରଭୁ - ନିଭିଯାଉ ସବୁ

ଯାହା ଅଛି , ସେଇ କାଳୁ ।

ତୁମେ ତ ଦେଖିଛ, ବିଶ୍ଵ ବାତାୟନେ

ଯାହା ଅରଜିଛି - ଏ ମୋର ଜୀବନେ

ସେ ସବୁ ତ ମୋର କିଛି ନୁହେଁ -

ଘେନ, ପ୍ରଣତି - ଚରଣ ତଳୁ ।।


Rate this content
Log in

Similar oriya poem from Inspirational