Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ମୋ ଗାଁ ମାଟି ସରଗ ସମ

ମୋ ଗାଁ ମାଟି ସରଗ ସମ

1 min
7.0K


ଭୁଗୋଳ ପୋଥି ପତରେ ପଛେ ନଥାଉ ତାର ନାଁଟି

କଟକ ସହର ତଳି ଅଂଚଳ ମୋ *ବାରଦା* ଗାଁଟି ।

ପାରୁଶେ ଯା'ର ମହାନଦୀ କୁଳୁକଳୁ ଯାଏ ବହି

ପାଇକା ଚିତ୍ରୋତ୍ପଳା ଶାଖାନଦୀ ଦୁଇ ଉତପତି ତହିଁ ।

କାଇଜଂଗମାଳ ଜଂଗଲ ଯା'ର ପଣତ କାନି ସମ

ଗିରିଧାରୀ ମଠ କୋଟ ଠାରେ ଧୁନି ଜଳେ ଅନିର୍ବାଣ ।

ମୃଗାଯୋର ଯହିଁ ସବୁଜ ଫସଲ ଫଳାଏ ପୁଷ୍ଟିକର

ସୁକ ପାଇକା କେନାଲ ଗଢେ ମୂଳ ପିଣ୍ଡ ଚାଷୀର ।

ତରାଚାନ୍ଦ ବିଦ୍ୟାଳୟ ଯହିଁ ମୂଳଦୁଆ ଗଢା ମୋର

ଜାମୁକୋଳିଠୁ ବଂଇଚ କୋଳି କି ମଜା ତୋଳିବାର !

ବିଷୁବ ଦିନ ଖରାଖାଇ ମା ପାଣିରୁ ହୁଏ ଉଭା

ଦୋଳ ପୁନେଇଁଠୁ ଚଇତ ଯାଏ ବିଂଚି ମେଲଣ ଆଭା ।

ଫୁଟବଲ୍ ଖେଳ ସାଂଗମେଳେ ନଦୀକୁଳ ପଡିଆରେ

ସୁରୁଜ ବୁଣେ ମୁରୁଜ ଅବା ଉଦୟ ଅସ୍ତରାଗରେ ।

ନାଗେଶ୍ୱରନାଥ ପାତାଳି ଲିଙ୍ଗ ଯା'ର ରକ୍ଷା କରତା

ସତ୍ୟନାରାୟଣ ପାଲା ଦିଏ ଶତାବ୍ଦୀର ବାରତା ।

ରାଧାନାଥଠୁ ଗୋପୀନାଥ ଲକ୍ଷ୍ମୀ ନାରାୟଣ ସ୍ୱୟଂ

ଶାରଦୀୟ ଦୁର୍ଗା ପୂଜାରେ ମନ୍ତ୍ରପାଠ ଓଁ ।

ଥାନପତି ମା ମଝିରେ ଥାଇ ଜଗିଛନ୍ତି ପୂରା ଗ୍ରାମ

ଦିଅ ମଂଗୁଳା ସର୍ବେ କରନ୍ତି ବାହାବ୍ରତ ହେଉ ଧର୍ମ ।

ସାଇକି ସାଇ ଲମ୍ବିଛି ଗାଁ ଆଡଦୀର୍ଘ ହେବ କୋଶେ

ଶାନ୍ତ ସରଳ ପରିବେଶ ଥିଲା ଚଉଦିଗେ ନାଁ ବାସେ ।

ରାଜନୀତି ସିନା ଦୁଷିତ କଲା ସରଳ ଗ୍ରାମ୍ୟ ସଂସ୍କୃତି

ଚକ୍ରବ୍ୟୁହରେ ବାଟ ହୁଡଇ ଅବୁଝା ଯୁବ ଶକତି ।

ବୀର ପ୍ରସବିନୀ ବୀରଦା ଅବା ଶାରଦୀୟ ଦୁର୍ଗା ବରଦା

ମଥା ପାତଇ ଜନ୍ମ ଭୂଇଁମୋ ସରଗ ସୁଷମା *ବାରଦା* ।


ବିଶ୍ଵେଶ୍ୱର ମାଝୀ

9437697161

majhibisweswar@gmail.com


Rate this content
Log in