ସାଥି
ସାଥି
1 min
13.4K
ସାଥି
ସେହି ଅଭୁଲା କିଛି କ୍ଷଣ
ସ୍ମୃତିଟିଏ ହୋଇ ରହିଥିବ ସାଥି
ଆଖିରେ ମୋ ସବୁଦିନ |
ସେହି ଉଦାସୀ ସନ୍ଧ୍ୟାର ବେଳ
ଆକାଶର ତାରା ସାଜୁଥିବ ତୁମେ
ଦେଖୁଥିବି ଚିରକାଳ |
ସେହି ଶୀତଳ ଜହ୍ନର ଜ୍ୟୋସ୍ନା
କଥା କହୁଥିବ କାହାଣୀ ତୁମ
ମନେ ଭରି ଦେବ ତୃଷ୍ଣା |
ସେହି ଅକୁହା କବିତା ମୋର
ଅମର କରିବ ତୁମକୁ ଗୋ ସାଥି
ନ ହେଲେ ବି ତୁମେ ମୋର
ନ ହେଲେ ବି ତୁମେ ମୋର |
ଅଜିତ କୁମାର ମଲ୍ଲିକ୍