Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narmada Sahu

Tragedy

2  

Narmada Sahu

Tragedy

ବାପା

ବାପା

1 min
6.8K



ମାଟି ଦେହରେ ଚିରା ମଲାଟ

ମଡେଇ ଦେଲା ବୟସ

ଜହ୍ନଘର ଆକାଶ ଉଡେଇ ନେଲା ଦୁରକୁ

ମୁଁ ଡେଙ୍ଗା ହେଲି

ମୋଟା ହେଲି

ବଡ ହେଲି

ଜହ୍ନକୁ ପ୍ରେମ କଲି

ମାଟିକୁ ଚୁମା ଦେଲି,

ପିଠିରେ କୁଜ ହେଇ ରହିଗଲା

"ନାଉ ଟେ କିଏ ନବରେ

କଖାରୁଟେ କିଏ ଦେବ",


ପୁରୁଣା ପୋଖରୀ ମାଛ

ଆକାଶୀ ହେଇଗଲେ

ନନ୍ଦଘର ତାଳଗଛ ପଟେ

ଗଦା ହେଲା କୁଢ଼ କୁଢ଼ ମାଟି

ମୁଁ ପାଠ ପଢିଲି

ବାହା ହେଲି

ମାଛ କିଣିଲି

ନଈ ପହରିଲି,

ଗୋଦରା ପାଦେ

ନିର୍ବଳ ହେଇଗଲା

"ଘୁ ପାଞ୍ଚି",

"ବୋଉ ପତେ

ଭାଇ ପତେ

ଟିକିନ ପତେ

ମାଉନ ପତେ",


ଅଲଖାବାରି ଆମ୍ବ ଗଛ

ଟଳିଗଲା ପୋକରେ

ଲଙ୍କା ଲୁଣ ମିଶା କାଗଜ

ଗୋବର ଖାତରେ

ଖତ ହେଲା,

ମୁଁ ସହରୀ ହେଲି

ଚାକିରୀ କଲି

ମା'ହେଲି

ହାତ ଟେକା ପଇସାର

ହାଡେ ହାଡେ ହିସାବ ଖୋଜିଲି

ସାତସିଆ ଲୁଙ୍ଗି ଆଉ

ପାକୁଆ ପାଟିରେ ବାପା,

ମୋ 'ପ୍ରତିପତ୍ତି ଅଚିହ୍ନା ବେମାରୀରେ'

ଅପରିଚିତ ହେଉଥିଲେ ଧୀରେ ଧୀରେ,


ନର୍ମଦା ସାହୁ


Rate this content
Log in

Similar oriya poem from Tragedy