Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

pratap nayak

Tragedy

2  

pratap nayak

Tragedy

ଅକୁହା କବିତା

ଅକୁହା କବିତା

1 min
118


ମୁଁ ଆଉ ସପନ ଦେଖୁନି 

ତୋଳିବାକୁ ତାରାଫୁଲ ଆକାଶ ମଥାରୁ 

ଯାଉନି ବି ପାହାଡ ମୁଣ୍ଡିଆ

ଡାଳଭାଙ୍ଗି ତୋଳିବାକୁ ମହୁଲ ଫୁଲକୁ ।

ଓପାଡୁନି କେରି କେରି ଦୂବଘାସ

ଛୁତି ଦେବି ବଉଳା ମୁହଁରେ

ଦୋଉଡୁ ନି ତୋଟାମାଳ 

ଘେରିବାକୁ ଷଣ୍ଢପଲ

ଉଜାଡିବା ଫସଲ ଭୟରେ ।

ଖିଲି ଖିଲି ହସୁନି ମୁଁ 

ଦେଖିଦବ କାଳେ କିଏ ତା ଭିତରୁ 

ମୋ ହୃଦୟର ବ୍ୟଥା 

ଲୁଚେଇଛି ଲୁଚିଥାଉ 

ରହିଥାଉ ସେହିପରି

ମୋ ମନର ଅକୁହା କବିତା ।


Rate this content
Log in