Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

K. Nirmal

Others

2  

K. Nirmal

Others

ଅଲୋଡା ପାଉଁଶ

ଅଲୋଡା ପାଉଁଶ

1 min
188


ଜୀବନ ସୃଷ୍ଟି ହୁଏ ମାତୃ ଗର୍ଭରେ

ଅମୃତ ଧାରାର ନିଶ୍ୱାସରେ,

ଆଉ ସରିଯାଏ ମଧ୍ୟ୍ୟ ବୟସର କୃଷ୍ଣଚୂଡାରେ

ବାର୍ଦ୍ଧକ୍ୟର କଳା ଛାଇ ମାଡି ଆସିଲା ପରେ ପରେ ।


ବାହାଘର ସରିଗଲା ପରେ ,

ଯେବେ ସୈତାନ ପାଲଟେ ଜନ୍ମିତ ସନ୍ତାନ


ଜୀବନ ଜନ୍ତ୍ରଣା ଜୁଇ ପରେ ପଙ୍ଗୁ

ପିତା ମାତା ଙ୍କର ବିକଳ କ୍ରନ୍ଦନ ଶୁଣି ପାରେନା ସେ..

ତା'ରି ମୁହଁକୁ ଚାହିଁ ପ୍ରତି ମୁହୁର୍ତ୍ତ ବିଳାପ କରନ୍ତି

ସେମାନେ ନିଜର ଆଶା ଆକାଂକ୍ଷା ସହିତ ଜଳୁ ଜଳୁ

ଅଭିଶାପ ବି ଦେଇ ପାରନ୍ତିନି..

ନିଜ ଅଭିଶାପକୁ ନିଜେ ମୁଣ୍ତେଇ ବସିଥାନ୍ତି..

ମୁଠେ ପାଉଁଶର ପ୍ରତୀକ୍ଷାରେ..


ଅନାଦାର ତାଙ୍କ ରୋପିତ ବୃକ୍ଷର ଫଳ..

ପିତା ମାତାଙ୍କ ଉପରେ ଦୋଷାରୋପକରି,

ଅଦୃଶ୍ୟ ମକଦମା ରେ ପରାଜିତକରି ଜୋର ଜବର୍ଦସ୍ତ

କ୍ରୀତଦାସ ପାଲଟି ଯିବା ପାଇଁ ବିବଶ କରନ୍ତି ସେମାନଙ୍କୁ..।


ଅହରହ ମୃତ୍ୟୁ ପ୍ରତୀକ୍ଷାରେ କାନ୍ଧୁଥାନ୍ତି ସେମାନେ..

ସହନଶୀଳତା ସୀମା ଲଙ୍ଘି ଯେବେ,

ତିଳ ତିଳ ପଳପଳ ହୋଇ ଜଳି..

ଯାଏ ଶେଷରେ ଥାଏ କେବଳ

ଅଲୋଡା ପାଉଁଶ ମୁଠେ.. ।



◆କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:- ୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in