Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଅଭିନନ୍ଦନ ଅପେକ୍ଷାରେ

ଅଭିନନ୍ଦନ ଅପେକ୍ଷାରେ

1 min
141



ମାଟି ତୁମ ଜଳିଗଲା

ରକ୍ତର ପିଚକାରୀ ଭିଜାଇଲା ଚଟାଣ

ଛିଟାରେ ଭାଙ୍ଗିନି କି ଏବେଯାଏଁ ଟାଣ

ଦେଖୁ ଦେଖୁ ବୁଡିଲାଣି ବେଳ

ଏପଟର ଅନ୍ଧାର ତୁମ ଯାଏଁ ବ୍ୟାପି

ସାରିଲାଣି ଭୟଭୀତ ଛାତିଦକା ମାପି ,

ଜିଭ ସିନା ଅପେକ୍ଷାରେ ଶୁଖେ

ବାୟୁଦୂତ ଜୟଗାନ ଗୁଞ୍ଜରିବ ମୁଖେ ।


ନଦୀ ତୁମ ହଜିଯିବ ମରୁବାଲି ଭେଦି

ଲୋଡା ହେଲେ ପିଇବ ସେ ଲହୁ

ତୁମ ଜେହାଦୀଙ୍କ ଶିର ଛେଦି ,

ଛାଲ ସବୁ ଉତାରିଲେ କୁରୁବାନ୍ ଛେଳି

କେତେ ଟଙ୍କା ଠୁଳ କଲ

ତା'ବଦଳେ ହାତେ ହାତେ ଧରାଇ ପିସ୍ତଲ

ଧର୍ମ ନାମେ ଆତଙ୍କୀଙ୍କ କରିଅଛ ମେଳି ।


ଗଳିକନ୍ଦି ଲୁଚି ଦେହେ ଖେଳାଇ ଲହଡି

ଡାକବାଜି ଯନ୍ତ୍ରେ ଯେତେ

ଛାଡିଅଛ ରଡି ,

ସୀମାନ୍ତର ଓ୍ବାର୍ଦ୍ଧାଠାରେ ଲାଗିଲାଣି ଝଡି

ଚାହା ପିଆ କୂଟନୀତି କି କାରଣେ ଡେରି

ଭାବିଛ କି ସହୋଦର ଘରେ ଯିବେ ଫେରି

ଏଠି ତ ବେଳୁ ବେଳ ବଢୁଛି ଉତ୍କଣ୍ଠା

ଭାରତମାତାର ରକ୍ତ ହେବନାହିଁ ବଣ୍ଟା

ଅଭିନନ୍ଦନ ପାଇଁ ଅଭିନନ୍ଦନ ବାର୍ତ୍ତା

ଶୁଭୁଥିବ ତୁମ ଯାଏଁ ଉଦ୍ଘୋଷର ମାତ୍ରା ।


ସରିନାହିଁ ଶୋଷ

କୋଟି କୋଟି ଜନତାର ହୃଦେ ଭରି ରୋଷ

ଭାବନାହିଁ ଧୋଇଦେବ ଅତୀତର ଦୋଷ

ବିଶ୍ବ ଦରବାରେ

ପ୍ରତିପ୍ରାଣେ ତୁମ ପ୍ରତି ଘୃଣା ହିଁ ସବାରେ ,

ଆଉ ଟିକେ ହଲଚଲ କଲେ ରହ ରହ

ଯାହା ହେବ ଯୁଗେ ଯୁଗେ ବଡ଼ ଦୁର୍ବିସହ ।


ଫେରିଆ' ରେ ବୀରପୁତ୍ର ଭାରତ ମାତାର

ଆବେଗରେ କେତେ ଆଉ

କରିବୁ ସତାର ।


ପ୍ରସନ୍ନ କୁମାର ମାଦଳା


Rate this content
Log in