Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ଭ୍ରଷ୍ଟାଚାର ଏବେ କମ୍ପଲସରୀ

ଭ୍ରଷ୍ଟାଚାର ଏବେ କମ୍ପଲସରୀ

1 min
1.3K


ଭ୍ରଷ୍ଟାଚାର ଏବେ କମ୍ପଲସରୀ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ମାନସିକତାରେ ପର୍ମାନେଣ୍ଟ ଘର

ୟା ବିନୁ ସବୁ ଲାଗେ ଅନ୍ଧାର

ସବୁଠାରୁ ବଡ଼ ଶିଷ୍ଟାଚାର

ନାହିଁ କାହାର ବାଛବିଚାର

ଯାହାକୁ ନ ପାରନ୍ତି ପରମେଶ୍ୱର

କେତେ ଶକ୍ତିଶାଳୀ ଏହାର ଚେର

କରିଦେଉଛି ସବୁ ଭ୍ରଷ୍ଟାଚାର

ତୁମେ ବି ଜାଣିଛ, ଆମେ ବି ଜାଣିଛୁ

ଜାଣିଛନ୍ତି ୟା’କୁ ଜନ-ଜନ

ସମସ୍ତଙ୍କର ଆଜି ଏକ ମନ

ଖାଇବାକୁ ମାଗଣା ଧନ

କାନ୍ଦଣା କାନ୍ଦୁଛେ ବାରମ୍ବାର

ଅଶ୍ରୁ ଝରୁନି ଏକବାର

ଏ ଅଭିନୟ କି କାମର

ସମସ୍ତଙ୍କର ତ ଦରକାର

ସବୁ ଜାଗାରେ ଏହାର ଆଦର

ମଇଳା ଆଜି ସବୁ ଚାଦର

ତଳରୁ ନେଇ ଉପର

ଜନ୍ମରୁ ନେଇ ମରଣ

ରଜାଙ୍କଠାରୁ ନେଇ ପ୍ରଜା

ପୋଲିସ୍ ହେଉ ବା ଅଫିସର

ଡାକ୍ତର ହେଉ ବା ସାହୁକାର

ଅଜବ ଏହି ରସ

ସବୁବେଳେ ଶୋଷ

ନାହିଁ କାହାର ଅବସୋସ

ଯିଏ ପାଇନାହାନ୍ତି ଏହାର ଟେର

କରୁଛନ୍ତି ବିରୋଧ ଆଉ ଅପପ୍ରଚାର

ଲେଖା ହେବ ନୂଆ ଇତିହାସ

ଯେଉଁଠି ଜନତା ଆଉ ସରକାର

ମିଶିକରି କରୁଛନ୍ତି ପ୍ରଚାର

ଏହା ପର୍ମାନେଣ୍ଟ ହେବା ଦରକାର

ନା ତ ଏହାର ବିରୋଧ ନା ବିରୋଧୀ

ସମସ୍ତଙ୍କ ରକ୍ତରେ ଏହି ବ୍ୟାଧି

ସମ୍ବିଧାନରେ ହୋଇଛି କରେକ୍ସନ୍

ଆଗେ ଥିଲା କମ୍ପ୍ଲିମେଣ୍ଟାରୀ

ଏବେ ହୋଇଛି କମ୍ପଲସରୀ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy