Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bikesh Sahu

Abstract Others

3  

Bikesh Sahu

Abstract Others

ଭୋକ

ଭୋକ

1 min
194


ଏଠି ସମସ୍ତେ ଭୋକିଲା

ଯେଉଁଠି ଦେଖିଲେ

ମାଳ ମାଳ ଭୋକିଲାଙ୍କ

କରୁଣ ଆଉ ବଜ୍ର ଆର୍ତ୍ତନାଦ

କିଏ ଜୋର୍ ରେ ଛଡେଇ ନେଉଥାଏ

ତ କିଏ ଆତ୍ମ ସମର୍ପଣ ଆଳରେ

ଭୋକିଲା ପେଟ ଆଉ ଚିରା ପଣତ ଦେଖେଇ

ନେହୁରା ହେଉଥାଏ ।

କିଏ ଭୋକିଲା ଏଠି ଦେହ ଭୋକରେ

କିଏ ପେଟ ଭୋକରେ

କିଏ ଆତ୍ମା ଭୋକରେ

କିଏ ମନର ଭୋକରେ ।

ପୁଣି କିଏ

ମାନ ଆଉ ମର୍ଯ୍ୟାଦା ପ୍ରାପ୍ତିର ଭୋକରେ

ଧନ ଆଉ ବୈଭବ ଲାଳସାରେ

ଅନ୍ଧ ଏଠି ସମସ୍ତେ

ଆସନ ଆଉ ଶାସନ ଭୋକରେ ।

ଏବେ କୁହ

କିଏ ଏଠି ଭୋକିଲା ?

ରାସ୍ତା କଡ଼ର ସେଇ ନିରୀହ ମଣିଷ ରୂପି କଙ୍କାଳ

ନା ରାଜ ଉଆସର ମଣିଷ ରୂପି ଦାନବ

ଯା’ ଆଗରେ ମୂଲ୍ୟହିନ ସ୍ନେହ ,ପ୍ରେମ

ଆଉ ସମ୍ପର୍କର ଭାଷା ।


Rate this content
Log in