ଜୀବନ ଗୀତା-୨୭୯
ଜୀବନ ଗୀତା-୨୭୯
1 min
113
ଜୀବନରେ ସତ୍ୟ ଯେବେ
ହୁଏ ଆବେଗଶୂନ୍ୟ
ବ୍ୟକ୍ତିର ବ୍ୟକ୍ତିତ୍ୱେ ଯଦି
ନରହେ ସଂବେଦନ
ସିଏକି ଜୀବନ ସିଏକି ଜୀବନ ॥୦॥
ଜୀବନେ ସଂପର୍କ ଯେବେ
ନୁହେଁ ସ୍ୱାର୍ଥ ରହିତ
ସାହାଯ୍ୟ ଯେବେ ହୁଏ
ଉଦ୍ଦେଶ୍ୟ ପ୍ରଣୋଦିତ
ଲକ୍ଷ୍ୟ ଯେବେହୁଏ ଖାଲି
ନିଜ ସ୍ୱାର୍ଥ ସାଧନ
ସିଏକି ଜୀବନ ସିଏକି ଜୀବନ ॥୧॥
ଜୀବନରେ ପ୍ରେମ ଯଦି
ପ୍ରତାରଣାର ରୂପ
ଉତ୍ସର୍ଗ ନଥାଇ ପ୍ରେମ
ଅଟେ ସିନା ଅପ୍ରେମ
ଜୀବନଟା ହୁଏ ଶୁଷ୍କ
ଅତୀବ ରସହୀନ
ସିଏକି ଜୀବନ ସିଏକି ଜୀବନ ॥୨॥