Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

କା’ ବାଟର ଫୁଲ ହେଲିନି କାଳିଆ

କା’ ବାଟର ଫୁଲ ହେଲିନି କାଳିଆ

1 min
13.2K


କା’ ବାଟର ଫୁଲ ହେଲିନି କାଳିଆ

 

ପର୍ଶୁରାମ ବିଶ୍ୱାଳ

 

ବର ପତର ଦେଖିଲେ କହେ ଓସ୍ତ ପତର,

କଳାକୁ ଦେଖିଲେ କହେ ଧଳାଟି ସାର,

କି ଭାବେ ମଣିଷ ଗଢ଼ିଚୁରେ ମୋତେ

ତୋ ନାଆଁ ଧରିବାକୁ ମୋତେ ମାଡୁଛି ଡର !

 

କା’ ବାଟର ଫୁଲ ହେଲିନି କାଳିଆ,

କଣ୍ଟା ହେଲି ଖାଲି ଜୀବନସାରା,

କା’ ଘର ସଜାଡ଼ି ନାହିଁ ଦିନେ ମୁହିଁ,

ଉଜାଡ଼ିବା ହେଲା ମୋ କାମ ପରା !

ଏଭଳି ମଣିଷ ସରଜିଲୁ କିଆଁ

ବୁଝେଇ କହିଦେ’ ମୋତେ ଠାକୁର ମୋର ।

 

ଧନର ପାହାଡ଼ ଉପରେ ବସି ମୁଁ

ଧନେ ତଉଲିଛି ଜୀବନଗୋଟି,

ଗରବ ଦମ୍ଭଟି ମୋ ବନ୍ଧୁବାନ୍ଧବ,

ଦେଇନାହିଁ ତାକୁ ତୋ ପାଦେ ଭେଟି,

ମୁଁ ଧନପାଗଳ ମଣିଷଟି ସିନା

ଅମୃତ ଦେଖିଲେ କହେ ଖାଣ୍ଟି ଜହର !

 

ଏ ବୁଢ଼ା ବଅସେ ଆଜିରେ କାଳିଆ

ଜାଣୁଛି ତୁ ସତ, ମିଛ ଦୁନିଆ,

ଧନ, ଦାରା, ସୁତ କେହି ନୁହେଁ କା’ର,

ସବୁ ସିନା ଅଢ଼େଇଦିନିଆ,

ମଣିଷତା ମୋର ଫେରେଇଦେଏରେ

ହାତ ଯୋଡୁଛି ତତେ ମୁଁ କଳାଠାକୁର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in