Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Abstract

3  

Sukanti Hotta

Abstract

ମାଆ

ମାଆ

1 min
174


ମାଆ ନାମଟି ପବିତ୍ର ନିର୍ମଳ ଅମୂଲ୍ୟ ସ୍ନେହର ଘର

ଚିରନ୍ତନ ସତ୍ୟ ଦୟାର ଭଣ୍ଡାର ପ୍ରେମରେ ଭରପୁର l

ସବୁଠାରୁ ଶ୍ରେଷ୍ଠ ସଂସାର ମଧ୍ୟରେ ପୃଥିବୀଠୁଁ ବି ଗରିଷ୍ଠ

ମାଆ ନାମ ଥରେ ଉଚ୍ଚାରଣ କଲେ ଲାଗେ ନାହିଁ ଜମା କଷ୍ଟ l

ମାଆର କୋଳରେ ଶିଶୁଟିଏ ସଦା ନିର୍ଭୟରେ ରହିଥାଏ

ଡରଭୟ ତାର ଜମାରୁ ନଥାଏ ଆନନ୍ଦରେ ହସୁଥାଏ l

ମାଆ ନାହିଁ ଯାର ସାହା ନାହିଁ ତାର ଏକଥା ନିରାଟ ସତ୍ୟ

ମାଆ ପାଦଧୂଳି ମାଆ ଆଶୀର୍ବାଦରେ ହିଁ ଗଢା ଆମ ଭବିଷ୍ୟତ l

ଶିଶୁଟିଏ ପାଇଁ ସ୍ବପ୍ନ ଦେଖେ ମାଆ ଉପବାସ ବ୍ରତ କରି

ଦୁନିଆ ସହିତ ଏକୁଟିଆ ଲଢେ ନିଜେ ଦୁଃଖ ସହି କରି l

ଶିଶୁ ମୁହଁଟିରେ ହସ ଦେଖିକରି ସବୁ କଷ୍ଟ ଭୁଲିଯାଏ

ପଣତ କାନିରେ ଶିଶୁକୁ ଲୁଚାଇ ଅମୃତ ଦେଉଥାଏ l

ସୁନ୍ଦର ସୃଷ୍ଟିର ସୁନ୍ଦର ହିଁ ମାଆ ଧନ୍ୟ ସୃଷ୍ଟିର ଭିଆଣ

ସଂସାରର ମାତା ହେ ପୃଥିବୀ ମାଆ ତୁମ ପଦେ ପ୍ରଣାମ l


Rate this content
Log in

Similar oriya poem from Abstract