Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ମହାରାଣୀ ବର୍ଷା

ମହାରାଣୀ ବର୍ଷା

1 min
6.8K


ମହାରାଣୀ ବର୍ଷା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

 

ତୁମ ଅପେକ୍ଷାରେ ପ୍ରେମର ନଗରୀ

              ହୋଇଛି ଚାତକ ପକ୍ଷୀ,

ପ୍ରେମୀ ଯୁଗଳଙ୍କ ଅଭୁଲା ସ୍ମୃତିର

              କିଏ ହେବ ମୂକସାକ୍ଷୀ?

 

ନାଳ-ନର୍ଦ୍ଦମା ସଫା ଅଭିଯାନର

       ଟେଣ୍ଡର ହୋଇଗଲାଣି ଫେଣ୍ଟାଫେଣ୍ଟି,

ନେତା-ଅଧିକାରୀ-କ୍ଲର୍କ ଭିତରେ

       ସବୁ ହୋଇଗଲାଣି ବଣ୍ଟାବଣ୍ଟି,

ତୁମେ ଏଯାକେ ନଆସି

       ସମସ୍ତଙ୍କୁ ଦେଇଛ ଘାଣ୍ଟି ।

 

ତୁମ ଆସିବାର ପଦଧ୍ୱନିରେ

       ରାସ୍ତାକାମ ହୋଇଯାଇଛି ରିପ୍ୟାର୍,

ତୁମେ ନଆସିଲେ ଆଗକୁ

       କିପରି ପାଇବେ ସେୟାର୍?

 

ତୁମେ ଆସିଲେ ରିଲିଫ୍ ଆସିବ

              କେତେ କରୁଛନ୍ତି ପୂଜା

ତୁମେ ନଆସି କାହିଁକି ଦେଉଛ

              ଭୋକିଲା ଶିଆଳଙ୍କୁ ସଜା?

ସେୟାର ବଜାର ଦରଦାମ୍ ଆଉ ମହଙ୍ଗାଇ

       ତୁମ ଚାଲି ଦେଖି ନାଚନ୍ତି ଥେଇଥେଇ,

ନଆସିଲେ ବଜେଟରେ ଲାଗିଯିବ ନିଆଁ

       ନିରୀହ ଜନତା ଭୋଗିବେ ତା’ର ଚିଆଁ ।

 

କି ଚକ୍କରରେ ଏବେ ମହାରାଣୀ

       ସଟାବାଲା ତୁମ ଉପରେ ହେଲେଣି ଭାରୀ,

କ୍ରିକେଟରୁ କମ୍ ଲୋକପ୍ରିୟ ନୁହଁ ସବୁରି

       ରଜାଠାରୁ ପ୍ରଜା ତୁମ ନାମର ହୁରୁହୁରୀ ।

 

ସୁ ସ୍ୱାଗତମ୍ ମହାରାଣୀ କରନା ଆଉ ଡେରି

       ଅକାଳ ହୋଇଗଲେ ସବୁ ଯିବ ସରି ।

 

ସ୍ୱସ୍ତିକ ଇଲେକ୍ଟ୍ରୋନିକ୍ (ଉପର ମହଲା)

କଲେଜ ଛକ, କଟକ-୭୫୩୦୦୩

ଫୋନ୍ : ୯୪୩୭୦୨୦୬୧୮

 

*****


Rate this content
Log in

Similar oriya poem from Comedy