Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Romance

5.0  

Lalatendu Kabi

Romance

ଶାଶ୍ଵତ ଦୀପାଳି

ଶାଶ୍ଵତ ଦୀପାଳି

2 mins
7.2K


ଶାଶ୍ଵତପ୍ରେମ-ଗୀତ

ଜାଣିବୁ ମୋ ସାଥୀ ଦିନେ

କିମ୍ପା ଭାଳୁ କିଏ ଇଏ;

ତୋ ଘରେ  ଜାଳିବି ଯେବେ

ଶାଶ୍ଵତ ଦୀପାଳିଟିଏ ||-୧

ଏଇ ମନ ଗଙ୍ଗା କା'ର,

ଏ ମନ କା' ବୃନ୍ଦାବନ;

ମୋର ମନ ଘୋର ବନ

ନଥିଲେ ତୁ ଗଣ୍ଠି ଧନ ||-୨

ଦୀପଂ ଜ୍ୟୋତି ପରଂବ୍ରହ୍ମ

ଦୀପଂ ଜ୍ୟୋତି ପରନ୍ତପ;

ତୋ ବିନା କି ହେବ ତପ,

କି ଲାଗି ଜାଳିବି ଦୀପ ||-୩

ଯେ କରୁ ଓପାସ ବ୍ରତ,

ଜାଳୁ ତା  ଜାଗର ବତୀ;

ପାଶେ ତୁ ନଥିଲେ ସାଥୀ,

କା ଲାଗି ସାଜିବି ଯତୀ ||-୪

କି ହେବ ସାଧି ସାଧନା,

କି ହେବ ପୂଜା ଅର୍ଚନା;

ଜୀବନ ରହିବ ଉଣା

ନଥିଲେ ତୋ ସମ୍ଭାବନା ||-୫

ଶୁଣ ନାରୀ ହୀରା ବାରେ 

ଶୁଣ ମୋ ପରାଣ ମିତ;

ଅଛି ମୋ ଖାତା ପତରେ 

ଅନେକ ଅଲୋଡ଼ା ଗୀତ ||-୦୬

ତୋ ଲାଗି ଲେଖିଛି କେହି  

କହିବେନି ଭଲ ଥରେ;

ଥରେ ତୁହି ଦିଅ କହି 

ଏବେ କି ମୋ ଗଲାପରେ ||-୭

ଅଦେଖା ଅପାଙ୍ଗଛଳ  

ଅଲେଖା ଅଧରବାଣୀ

ଅପୋଛା ନୟନଜଳ 

ରଖିଛି ସେଥିରେ ଛାଣି ||  -୮

କହିନି କାହାକୁ କିଛି  

ରାଗନା ରାଗନା ସାଥୀ;

ତୋ ନାମ ଗୋପନ ଅଛି,  

ଲେଖିଛି ଅନ୍ଧାରେ ଅତି||  -୯

ଗୋପନେ ଲେଖିଛି ଯାହା 

ତୋ ହାତେ ଦେବି  ମୁଁ ତୋଳି;

ସପନେ ପଢ଼ିଲେ ତାହା 

ମୋ କଥା ବୁଝିବୁ ବାଳୀ ||-୧୦

ମାରିବୁନି ମନ କେବେ 

ମୋ କଥା ପଡ଼ିଲେ ମନେ

ଗାଇବୁ ମୋ ଗୀତ ପଦେ 

ମଧୁବୋଳା ତୋର ତାନେ ||-୧୧

ଯେବେ କିଏ ପଚାରିବ  

ଏ ଗୀତ କାହାର ବୋଲି;

କହିବୁ କିସ ପାଇବ, 

ଗାଉଛି ତ ମନ  ଖୋଲି ||-୧୨

ପାରିଲେ ଗାଇବୁ ଏକା, 

ଏକା ତୁ ଶୁଣିବୁ କାନେ,

ନ କହିବୁ କାହା ଲେଖା, 

ମୋ ନାମ ନ ନେବୁ ଦିନେ ||-୧୩

ଗାଇବୁ କାଳିମା କୋଳେ 

ନିଶଥ ନିଶୀଥ ବେଳା;

ସକାଳ ବିକାଳ କାଳେ 

ଖାତା ନ ଖୋଲିବୁ ବାଳା ||-୧୪

କାଳିକତା କୋଳାହଳେ 

ଗାଅନା ଗାଅନା ସାଥୀ;

ନ ପଡ଼ୁ ଆନ ମୃତ୍କଳେ 

ଉତ୍ଖଳା କ୍ଷାଳିତ ପ୍ରୀତି ||-୧୫

 


Rate this content
Log in

Similar oriya poem from Romance