Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

2  

Bijay Prusty

Others

ବେସୁରା ଗୀତି-୭୧୭

ବେସୁରା ଗୀତି-୭୧୭

1 min
6.5K


ବେସୁରା ଗୀତି-୭୧୭

 

କୁଆଡେ ଗଲୁ ତୁ ବର୍ଷା

ଦେଖା ତୋ ମିଳୁନି

ଅଗଣାରେ ରୋଇ ଥିବା

ଗୋଲାପ ଚାରାଟି

ତୋ ବିହୁନେ ଧିରେ ଧିରେ

ଝାଉଁଳି ଗଲାଣି  ॥

ପ୍ରତୀକ୍ଷା କରିଛି ତୋତେ

ଟାଙ୍ଗରା କିଆରୀ

ତୁ ଆସିଲେ ସବୁଜିମା ଭରିଦବୁ

ହସିବ ସେ ହସ କିରିକିରି  ॥

ଆ..ଲୋ ବରଷା ରାଣୀ

ଅଭିମାନେ ଯାଆନା ତୁ ଫେରି

ତୋ ପାଇଁ ଅପେକ୍ଷା କରି

ବସିଅଛି ନାଆର ନାଉରି  ॥

ଏମିତି ଅଭିମାନରେ ଗୁମୁରି ଗୁମୁରି

ଯଦି କେବେ ତୋ ଆଖିରୁ

ସବୁତକ ଲୁହ ଦେବୁ ଢାଳି

ତୋ ଲୁହ ଆଣିବ ବନ୍ୟା

ସହାନୁଭୂତିରେ ନିଶ୍ଚେ ସଭିଙ୍କର

ଆଖି ଯିବ ଭରି  ॥


Rate this content
Log in