Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଦଶହରା ପର୍ବ

ଦଶହରା ପର୍ବ

1 min
13.2K


ଦଶରଥ ପୁତ୍ରବଧୂ ଜନକ ନନ୍ଦିନୀ

ଦଶମଥା ଚୋରି କଲା କାଳକୁ ବରଣୀ ।

ଦାଶରଥୀ ସେତୁ ବାନ୍ଧି ଲଂକା କଟକକୁ

ଦଶମଥା ଆସି ଯଜ୍ଞ ପୁରୋଧା ପଣକୁ ।

ଦଶଶିର ଯୁଦ୍ଧ କଲା ପୁତ୍ର ନାତି ଧରି

ଦାଶରଥି ସମସ୍ତଂକୁ ପକାଇଲେ ମାରି ।

ଦଶା ପଡ଼ିଲା ପରାୟେ ଚିନ୍ତି ଅଘଟଣ

ଦଶମଥା ବ୍ରହ୍ମଶରେ ହୋଇବ ନିଧନ !

ଦାଶରଥି ଣରଣ ପଶିଲେ ଦୁର୍ଗାଙ୍କର

ଦଶଭୂଜା ଆରାଧନା ପାଇଁ ଅଗ୍ରସର ।

ଦଶ ଦଶା ଅଷ୍ଟ ପଦ୍ମ ଦେଇ କଲେ ଭକ୍ତି

ଦଶ ମହାବିଦ୍ୟା ଦେବୀ ମାୟାବଳେ ଅତି

ଦଶା ଦେଇ ଏକ ପଦ୍ମ କରିଲେ ହରଣ

ଦାଶରଥି କରିବେକି ଚକ୍ଷୁ ଉତ୍ପାଟନ !

ଦଶଭୂଜା ଡାକ ଦେଲେ ପାଇଲି ପାଇଲି

ଦଶମଥା ନାଶ ଯିବ ଆଶୀର୍ବାଦ ଦେଲି ।

ଦଶହରା ତିଥି ସେତ ବିଜୟା ଦଶମୀ

ଦାଶରଥି ହର୍ଷ ହେଲେ ପାଇ ଆଶୀର୍ବାଣୀ ।

ଦଶମଥା ବ୍ରହ୍ମଶରେ ହୋଇଲା ନିଧନ

ଦଶଭୂଜା କୃପାକଲେ କିଅବା ଅପୂର୍ଣ୍ଣ !

ଦଶପ୍ରହରଣ ଧାରୀ ଜଗତର ମାତା

ଦଶହରା ଆଣୁ ଶାନ୍ତି ସଂହତି ବାରତା ।

ବିଶ୍ବେଶ୍ୱର

(ଦଶ ଦଶା ଅଷ୍ଟ = ଶହେ ଆଠ)


Rate this content
Log in