Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Susil Pani

Inspirational Abstract

2  

Susil Pani

Inspirational Abstract

ପତିତପାବନ ବାନା

ପତିତପାବନ ବାନା

1 min
6.8K


ପତିତପାବନ ବାନା ଉଡେ ଫରଫର ,

କି ସୁନ୍ଦର ଦିିଶୁଛନ୍ତି ଜଗତ ଠାକୁର ।।

ତୁଳସି ଦୟଣା ମାଳ ବେଶ ଚନ୍ଦନରେ ,

କି ଶୋଭା ପାଉଛି ଜଗା ହସେ ଆନନ୍ଦରେ ।।

ବଳଭଦ୍ର ଭାଇ ସଂଗେ ସୁଭଦ୍ରା ଭଗିନୀ ନେଇ ,

କରନ୍ତି ନବଦିନ ରଥଯାତ୍ରା ଶ୍ରୀକ୍ଷେତ୍ର ରହି ।।

ଭକ୍ତଙ୍କ ସଂଗେ ଖେଳନ୍ତି ପଣ୍ଡା ପତ୍ରିହାରି ଘେନି ,

ହୁଳହୁଳି ହରିବୋଲ ତାଳେ କମ୍ପଇ ମେଦିନୀ ।।

ପହଣ୍ଡିରେ ଆସେ ଜଗା ଦୁଲୁକି ଦୁଲୁକି ,

ଟାହିଆ ହଲାଉଥାଏ ଭକତଙ୍କୁ ଦେଖି ।।

ନଦିଘୋଷ ରଥେ ବସି ଜଗା ଝୁଲୁଥାଏ ,

ଘିଡି ଘିଡି ବଡଦାଣ୍ଡେ ରଥ ଗଡିଯାଏ ।।

କଳା ଶ୍ରୀମୁଖରେ ତାଙ୍କ ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ,

ବେନି ବାହୁ ମେଲାଇଛି ଭକ୍ତଙ୍କ ସକାସୁ ।।

ଚକା ନୟନରେ ଜଗା ଜଗତ ଦେଖଇ ,

ଦୁଃଖ ସୁଖ ଭାଗବାଣ୍ଟି ଭାଗ୍ୟରେ ସେ ଦେଇ ।।

କବି: ସୁଶିଲ୍ କୁମାର ପାଣି ,ପୁରୀ


Rate this content
Log in