Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeet kumar Das

Tragedy

3  

Rajeet kumar Das

Tragedy

ବୋଉ

ବୋଉ

1 min
137



ଦୁନିଆ କୁ ଟିକେ ଦେଖିବା ଆଗରୁ

ତୁ ଚାଲି ଗଲୁ ତୋ ବାଟରେ

ଏକା କରି ମୋତେ ଛାଡ଼ି ଦେଇ ଗଲୁ

ମଣିଷ ମାନଙ୍କ ଏଇ ହାଟରେ।


ମଣିଷ ହାଟରେ ଭିଡ଼ ତ ଲାଗିଛି

ତୋତେ ଲୋ ବୋଉ ମୁଁ ଖୋଜି ପାଉନି

ଖୋଜି ଖୋଜି ଦିନ କେବେ ସରିଯିବ

ତଥାପି କାହିଁକି ଖୋଜା ସରୁନି।


କିଏ କହେ ତାକୁ କାହିଁକି ଖୋଜୁଛୁ

ସିଏ କଣ ତୋତେ ମିଳିବ ଆଉ

ଜୁଇ ରେ ପାଉଁଶ ହେଇଗଲା ପରେ

ତେବେ କଣ ଆଉ ଫେରିବ ବୋଉ।


ଫେରି ଆସିବେନି ବୋଉ କେବେ ମୋର

ହାଟର ଭିଡ଼ ଟା ସରିବା ଯାଏ

କେଜାଣି କାହିଁକି ମନ ବୁଝୁନାହିଁ

ଖୋଜୁ ଥିବି ଶେଷ ନିଶ୍ୱାସ ଯାଏ।


@ରଜୀତ ଦାସ,କୁଜଙ୍ଗ, ପାରାଦ୍ୱୀପ


Rate this content
Log in

Similar oriya poem from Tragedy