ବିରହିଣୀ
ବିରହିଣୀ
ବିରହିଣୀ ଗୀତା ଷଡ଼ଙ୍ଗୀ
ଆଷାଢର ଆଡମ୍ବରେ
ଅପୂର୍ବ ସେ
ଆଷାଢୀ କନ୍ୟାର କାହାଣୀ
କଳା ଘୁମର କେଶ ତାହାର
ଆଖିରେ ଭରା
ସମୁଦ୍ର ସମୁଦ୍ର ପାଣି ।
ଆୟୁଷ ତା ଅଳ୍ପ ସିନା
ଆଖିରେ ବିଜୁଳିର
ଚମକ ଚାହାଣି
ଚିରିଦିଏ ଚିତ୍ତ ପ୍ରେମିକର
ଚକୋରର ତୃଷ୍ଣା
ଦୂରକରେ ମନ ଜାଣି ।
ଚାନ୍ଦ ସାଥେ ବାଦ ତାର
ଢାଙ୍କିଦିଏ କଳାକଳା
ବର୍ଷୁକି ବାଦଲରେ
ସାରା ରାତି ବର୍ଷିଯାଏ
ମନଭରି
ଭରିଦେଇ ପାଣି ନଈ ନାଳରେ ।
ବିରହିଣୀ ପ୍ରିୟା ଝୁରିମରେ
ପରଦେଶୀ
ପ୍ରିୟ କଥା ଭାଳି ସାରା ରାତି
ପ୍ରିୟ ତାର ଫେରେ ନାହିଁ ଘରେ
କଥା ଦେଇ
କାହାସାଥେ କରେ ଚୋରା ପ୍ରୀତି ।