Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Romance

4.0  

Writer Roja Panda

Romance

ପ୍ରିୟତମ ପାଇଁ

ପ୍ରିୟତମ ପାଇଁ

1 min
298


ପ୍ରିୟତମ ପାଇଁ

ଲେଖିକା-ରୋଜା ପଣ୍ଡା


ଜୀବନର ମାନେ ଯାହାଠୁ ଶିଖିଲି

ଯାହାକୁ ଖୋଜେ ମୋ ମନ

ଯାହାର ସ୍ପର୍ଶରେ ସଦା ଜାଗରିତ

ସିଏ ମୋ ପୂର୍ଣ୍ଣମୀ ଜହ୍ନ........


ମଳିନ ପଡଇ ଯା ବିନା ମୋ ମନ

ଆଶାହୀନ ହୁଏ ସ୍ବପ୍ନ

ରଙ୍ଗହୀନ ହୁଏ ଆଙ୍କିଥିବା ଚିତ୍ର

ହୃଦୟ ମୋ ଚିନ୍ତାମଗ୍ନ......


ପାଖେ ଥିଲେ ମୋର ହସେ ଓଠ ଖିଲି

ଚେହେରାକୁ ତାର ଦେଖି

ଦୂରରେ ରହିଲେ ଆକୁଳ ନୟନେ

ଦେଖେ ତାର ପ୍ରତିଛବି.........


ଗୁଣୁଗୁଣୁ ତାର ସୁମଧୁର ସ୍ୱର

ଶୁଣି କଟିଯାଏ ରାତି

ତା ପାଦରେ ପାଦ ମିଶାଇ ଖୁସିରେ

ଦିନ ଯାଏ ମୋର ବିତି.........


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର

ମଧୁପାଟଣା

କଟକ-୭୫୩୦୧୦


Rate this content
Log in

Similar oriya poem from Romance