Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Drama Tragedy

5.0  

ବି. ନିରୁପମା

Drama Tragedy

ଦିଶୁଅଛି ଜଳଜଳ

ଦିଶୁଅଛି ଜଳଜଳ

1 min
1.4K



ଅକ୍ରୁର ଆସିଛି ନେଇଯିବ ତାଙ୍କୁ
କେହ୍ନେ ରୋକିବା ଗୋ ସଖୀ,
ଶୁଣିଦେଲା କ୍ଷଣି,ହୃଦ ହୁଏ ହାଣି
ଶୁଖୁନାହିଁ ଜମା ଆଖି -
ଏବେ,କି ବୁଦ୍ଧି କୁହ କରିବା...
ଆମ୍ଭେ କେମନ୍ତେ ପ୍ରାଣ ଧରିବା,ଗୋ-
ଏବେ,କି ବୁଦ୍ଧି କୁହ କରିବା ।

ସେ ମୋହନ ବିନା ସାରା ଗୋପପୁର
ହୋଇଯିବ ହତଶିରି ,
ଯମୁନାର କୂଳ, ଏ କଦମ୍ବ ମୂଳ
ବୃନ୍ଦାବନ ହେବ ଝୁରି-
ସବୁ,ଦିଶୁଅଛି ଜଳଜଳ....
ତାଙ୍କ ବିନା କାନ୍ଦିବେ ଗୋ-କୁଳ,ଗୋ-
ସବୁ,ଦିଶୁଅଛି ଜଳଜଳ ।

କା' ସଙ୍ଗେ ଅବିର ହେବା ବୋଳାବୋଳି
କା' ସଙ୍ଗେ ରଚିବା ରାସ,
କାହାକୁ ଗୋ ସଖୀ,ଖୁଆଇବା ଡାକି
ସର,ଲବଣି ଗୋରସ-
ଆଉ,କା'ରେ ଦେବା ମିଠା ଗାଳି....
କୁଞ୍ଜବନେ କେ ପିନ୍ଧିବ ମାଳି,ଗୋ-
ଆଉ କା'ରେ ଦେବା ମିଠା ଗାଳି ।

ଚାଲ,ଅକ୍ରୁରଙ୍କୁ ପ୍ରାର୍ଥନା କରିବା
ନ ନେବାକୁ ଆମ୍ଭ ପ୍ରାଣ,
ନ ଶୁଣିଲେ ବାଣୀ,ହୋଇ ଏକମେଳି
ଭାଙ୍ଗିଦେବା ତାଙ୍କ ଟାଣ-
କିସ,କରିବ ମଥୁରା ରାଟ....
କେତେ କଲାଣି ତ ମନ୍ଦ ବାଟ ଗୋ
କିସ,କରିବ ମଥୁରା ରାଟ ।।


ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Drama