Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବେସୁରା ଗୀତି-୭୩୦
ବେସୁରା ଗୀତି-୭୩୦
★★★★★

© Bijay Prusty

Romance Abstract Others

1 Minutes   6.7K    6


Content Ranking

ବର୍ଷା ଗୋ ତୁମ ନହୁଲି ପାଦର

ଶବ୍ଦ ଶୁଭିବା ପାଇଁ

କେତେ ଦିନ ଆଉ ନିଦ୍ରାହୀନ ଆଖି

ରହିବ ଆକାଶେ ଚାହିଁ ?

ଆସିବ ଆସିବ ହେଉଛ ଗୋ ତୁମେ

କାହିଁକି ଆସୁନ କୁହ

ତୁମରି ପ୍ରତିକ୍ଷା କରି କରି କେତେ

ବୋହି ଯାଏ ଆଖି ଲୁହ ॥

ନିଶ୍ଵାସରୁ ବହେ ଘୂର୍ଣ୍ଣି ପବନ

ଝଡର ବିଗୁଲ ବାଢେ

ତୁମ ପ୍ରତିକ୍ଷା ରେ ଜୀବନର ସବୁ

ସୁଖ କେଉଁ ଆଡେ ହଜେ  ॥

ସାରା ଆକାଶ ରେ ବାଦଲ ଖେଳୁଛି

ପବନ ଖେଳୁଛି ଦୋଳି

ତୁମ ଆଗମନ ବାରତା ଦିଅନ୍ତି

ତୁମେ ଖେଳ ଲୁଚକାଳି ॥

ଅଭିମାନ ତେଜି ବରଷା ରାଣୀ ଗୋ

ମରତ୍ତେ ଓହ୍ଲାଇ ଆସ

ଶୀତଳେଇ ଦିଅ ବିରହୀ ପ୍ରାଣକୁ

ଫୁଟାଅ ତା ମୁହେଁ ହସ ॥

ବର୍ଷା ଅଭିମାନୀ ସ୍ପର୍ଶ

Rate the content


Originality
Flow
Language
Cover design

Comments

Post

Some text some message..