ଏଣୁତେଣୁ - ୨
ଏଣୁତେଣୁ - ୨
ସ୍ଵପ୍ନଟିଏ ଥିଲ ତୁମେ
ସ୍ଵପ୍ନଟିଏ ଥିଲ
ଚୁପିଚୁପି ନିଦେ ଆସି
ମନ ଚୋରି କଲ,
ଜହ୍ନ ରାଇଜରୁ ଆସି
ଖୁସି ବିଞ୍ଚି ଦେଲ
ପବନ ଛୁଆଁରେ ମୋତେ
କରୁଥିଲ ଗେଲ,
ସେ ଦିନର ରାତି ଥିଲା
ଶେଫାଳିର ଫୁଲ
ବିତିଗଲା ଇତି ହେଇ
ଅମୂଲ ତା' ମୂଲ,
ଚଇତାଳି ଗୀତ ତୁମେ
ଅଦିନ ବାଦଲ
ଯେତେ ଦୂରେ ଥାଅ ମୋତେ
ଲାଗ ସେତେ ଭଲ,
ଫଗୁଣର ଫଗୁ ଆସି
ସାଜି ଯାଏ ବିଲ
ପୀରତିରେ ଫେରିଆସେ
ପୁଣି ସ୍ଵପ୍ନ ପଲ ପଲ,
ସ୍ଵପ୍ନଟିଏ ଥିଲ ତୁମେ
ସ୍ଵପ୍ନଟିଏ ଥିଲ
ଚୁପିଚୁପି ନିଦେ ଆସି
ମନ ଚୋରି କଲ ।