Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସପୁରି

ସପୁରି

1 min
6.9K


ଲକ୍ଷ୍ମୀଧର ମହାରଣା


କାଣ୍ଡ ନ ଥାଇ ମୁଣ୍ଡେ ମୁକୁଟ

ମଣ୍ଡି ସୁନ୍ଦର ଦିଶେ ,

ସପୁରି ଫଳ ରାଜାକୁ ଆମେ

ଖାଇଲେ ଦେହ ମିଶେ ।

ଆମର ତେବେ ଅଶେଷ ହିତ

ହୁଅଇ ଏବେ ଜାଣ ,

ମାଂସପେଶୀକୁ ଆମ ଦେହରେ

କରାଇଥାଏ ଟାଣ ।

ଜୀବସାର ‘ଖ’ ଭରପୂର ସେ

ତନ୍ତୁରେ ଭରା ଫଳ ,

ଫୁସଫୁସକୁ ସଫା କରାଏ

ଦେହରେ ଦିଏ ବଳ ।

ଦି’ ତିନି ଖଣ୍ଡ ସପୁରି ନୀତି

ଖାଇ ନୀରୋଗ ହେବା ,

ଶ୍ଵାସ କଫରୁ ରକ୍ଷା ପାଇବା

ବାହାବା ତାକୁ ଦେବା ।

ଦିନକୁ ଏକ ଗିଲାସ ତା’ର

ରସ ପିଇବା ଯେବେ ,

ଚର୍ମ ସୁନ୍ଦର ଦିଶିବ ,

କେଶ ଝଡିବ ନାହିଁ ତେବେ ।

ଖାଦ୍ୟ ହଜମ କରାଏ ,

କୋଷ୍ଠ କାଠିନ୍ୟ ଦୂର କରେ ,

ଶରଧା ତାକୁ କରିଥାଆନ୍ତି

ସଭିଏଁ ଘରେ ଘରେ ।


Rate this content
Log in