Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

କହିଥିଲା କଥା

କହିଥିଲା କଥା

1 min
6.5K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


କହିଥିଲା କଥାମାନ ଦିନେ ମୁଁ ନ ମାନିଲିରେ

ତୋ ମନେ ଅଶାନ୍ତି ଦେଇ, କି ଯଶ ଅରଜିଲିରେ ।୦।

ବିବେକ ହରାଇ ଥିଲି ତେଣୁ ମନେ କଷ୍ଟଦେଲି

ପାପ କଳସୀରେ ପାଣି ଆହୁରି ମୁଁ ଢାଳିଲିରେ ।୧।

ଦେଖିଲି ତୋ ଶୀର୍ଣ୍ଣ ଦଶା ନ ପାରେ ପ୍ରକାଶି ଭାଷା

ଶୋକାନଳେ ଦେଇ ଝାସ ହୃଦୟ ମୋ ଦହିଲିରେ ।୨।

ତୋ ସୁଖ ସଂସାର ପୋଡ଼ି ଆଉ କି ପାରିବି ଯୋଡ଼ି

ଦାରୁଣ ବେଦନା-ଶରେ ତନୁକୁ ମୋ ଜାଳିଲିରେ ।୩।

ଅରଜିଲି ଅପଖ୍ୟାତି ବରଜିଲି କୁଳରୀତି

ଲାଜେ ମୁଖ ପୋତି ସଦା ଚିନ୍ତାରେ ମୁଁ ରହିଲିରେ ।୪।

ଚୋରା ପ୍ରୀତି-ଧାରେ ଯାଇ ଦେଲି ନିଜକୁ ଭସାଇ

ଉଦ୍ଧରିବାକୁ ପ୍ରଭୁଙ୍କୁ ଆରତରେ ଡାକିଲିରେ ।୫।


ସମାପ୍ତ


Rate this content
Log in

Similar oriya poem from Classics