ପ୍ରଶ୍ନ କାଳିଆକୁ
ପ୍ରଶ୍ନ କାଳିଆକୁ
1 min
6.7K
ଚରଣେ ଶରଣ ନେବ କାଳେ କିଏ
ଚରଣ ରଖିଲୁ ନାହିଁ
ଦେଲେ କିଏ କିଛି କାଳେ ଲୋଭ ହେବ
ଉଭେଇଲୁ ହାତ ଦୁଇ
ଭାବିଛୁ କି ତୁହି ବେଶି ଚାଲାକିଆ
ହେଲେ ମୁଁ ତୋ ଦୁଷ୍ଟ ପୁଅ
ହୃଦୟ ଭିତରେ ପୁରାଇ ରଖିଲେ
କୁଆଡେ ଯିବୁ ତୁ କହ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)