Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆସିଲାଣି ଖରା ଛୁଟି

ଆସିଲାଣି ଖରା ଛୁଟି

1 min
6.7K


ଆସିଲାଣି ଖରା ଛୁଟି

ନାହିଁ ଡର ପାଠକୁ,

ସଞ୍ଜ ହେଲେ ବୁଲିଯିବି

ଭାଇ ସାଥେ ହାଟକୁ ।।

ଭାଇ କହିଛନ୍ତି କିଣି

ଦେବେ ନୂଆ କଣ୍ଢେଇ,

ଖେଳିବି ମୁଁ ଛୁଟି ସାରା

ଧରି ତାକୁ ଉଠେଇ ।।

ଖାଇବାକୁ ଦେବେ ମୋତେ

ରସଗୋଲା, କାକେରା,

ଛେନାପୋଡ଼, ବାର ମଜା

ଭଳି ଭଳି ସର୍କରା ।।

କେତେ କେତେ ଗପ ବହି

ଛବି ଅଙ୍କା କବିତା,

ଯେଉଁ ବହି ପଢ଼ୁଛନ୍ତି

କୁନି, ଝୁନି, ସବିତା ।।

ସବୁ ଆଣି ବେଳ ଦେଖି

ପାଠ ସାଥେ ପଢ଼ିବି,

କଣ୍ଢେକୁ କୋଳେ ଧରି

ଘର ସାରା ଗଡ଼ିବି ।।


Rate this content
Log in