Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

2  

ବି. ନିରୁପମା

Others

କେ ତୁମ ଅଧିକ ପ୍ରିୟ

କେ ତୁମ ଅଧିକ ପ୍ରିୟ

1 min
7.4K



ମୋହନ ହେ ବାରେ କୁହ-
ବୁଲାଇ ନିଅନା ମୁହଁ ,
ଏ ବଇଁଶୀ ଆଉ ମୋଅରି ଭିତରୁ
କେ ତୁମ ଅଧିକ ପ୍ରିୟ !
ଥରୁଟେ ଉତ୍ତର ଦିଅ ।(୦)

ଦିବା-ନିଶି ଥାଏ ସାଥିରେ ମୁରଲୀ-
ତାକୁ ବାଇ ଯାଅ ଭୋକ-ଶୋଷ ଭୁଲି ,
ସେ ନିନାଦେ ପରା ଲୋକ ଲାଜ ଭୁଲି
ଧାଇଁଯାଏ ଗୋପ-ଝିଅ ।(୧)

ଥରୁଟେ ଉତ୍ତର ଦିଅ;
ଏ ବଇଁଶୀ ଆଉ ମୋଅରି ଭିତରୁ
କେ ତୁମ ଅଧିକ ପ୍ରିୟ !!

ମୋ ଶ୍ଵାସ,ପ୍ରଶ୍ଵାସ,ମନ ଓ ପ୍ରାଣକୁ-
ସମର୍ପି ଦେଇଛି କେବଳ ତୁମକୁ ,
ବାକିଅଛି ଏହା କିବା ବୁଝିବାକୁ
ମଉନ ନ ରହି କୁହ ।(୨)

ଥରୁଟେ ଉତ୍ତର ଦିଅ;
ଏ ବଇଁଶୀ ଆଉ ମୋଅରି ଭିତରୁ
କେ ତୁମ ଅଧିକ ପ୍ରିୟ !!


ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in