Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Others

5.0  

Sagarika Mohanty

Others

ଶେଷ ପର୍ଯ୍ୟାୟ

ଶେଷ ପର୍ଯ୍ୟାୟ

1 min
326


କିଛି ନ ପାଇବାର ଦୁଃଖ ଅପେକ୍ଷା , କିଛି ପାଇବାର ସୁଖରେ ଛଳ ଛଳ ହେଇଗଲା ଜୀବନ ।

ଅଥଚ ଜାଣେନା , କାହା କାହା ଷଡଯନ୍ତ୍ରର ଭାଗିଦାରୀରେ କ୍ଷତବିକ୍ଷତ ଏ ଝଡପକ୍ଷୀ , ପୁଣି ଥରେ ତଟସ୍ଥ ହେଇଛି ଅସମୟରେ ।


ତୁମକୁ ଛୁଇଁ ନ ପାରିବାର ଅବସୋସ ନେଇ ,

ବାଟ ଭାଙ୍ଗି ଚାଲିଯାଉ ଯେତେ ସବୁ ପରାଜୟ ।

ପ୍ରଶ୍ନ ସବୁ ଖେଳୁ , ପାଣିର ଭଉଁରୀରେ ଆରମ୍ଭ ବିନ୍ଦୁ ପରି ।

ପବନ ପରି ଅଦୃଶ୍ୟ ହେଇଯାଉ ଅପଯଶ ।

ହାରିଯାଉ ମୃତ୍ୟୁ ।


ତୁମେ ମୋ ସାମ୍ନାରେ ।

ତଥାପି ପାଦ ହେଇ ଯାଉଛି ଶିଥିଳ ।

ମୋ ଆଙ୍ଗୁଳି ଚାପାରେ ପାଣିରେ ଗାର ପଡୁନାହିଁ ତ ନପଡୁ !

ଢେଉ ତ ଉଠୁଛି !

ସେ ଛୋଟିଆ ଢେଉରେ ବି ବେଶ ଛନ୍ଦ ଅଛି ।

କାନ ପାରିଲେ , ଶୁଭେ ।

ନିଜ ଭିତରେ ନିଜକୁ ଆକଟି ରଖିବା ଛୋଟ କଥା ନୁହେଁ !

ସେଥିପାଇଁ ଲୋଡ଼ା ସାହାସ , ଧୈର୍ଯ୍ୟ ବି ।

ସବୁ ବୁଝି ନବୁଝିବାର ଅଭିନୟ କରିବାର କ୍ଷମତା ବି ।


ଚରିତ୍ର ମନ୍ଥନର ଶେଷ ପର୍ଯ୍ୟାୟରେ , 

ଜୀବନଟା ବିଚରା , ମୋତେ ହରାଇବାର ପ୍ରୟାସରେ ନିଜେ ବି କ୍ଳାନ୍ତ ହେଇ ଯାଇଛି ।

ଏ କଥା ମୁଁ ନୁହେଁ , ସମୟ କହୁଛି ।


Rate this content
Log in