ଓଃ, କି ବର୍ଷା !
ଓଃ, କି ବର୍ଷା !
ଓଃ କି ବର୍ଷା,
ନିର୍ଦ୍ଦୟ ବର୍ଷାଟା ପ୍ରତିଜ୍ଞା ବଦ୍ଧ ତନୁମନକୁ ପ୍ରେମ ପରଷରେ ଭିଜାଇ ସାରିଲାଣି ।
ମାତ୍ର ବିଡମ୍ବନା ଏତିକି
ପ୍ରିୟାର ଦୂରତା ଅବସାଦ ଗଣେ ହୃଦୟର ବେଳାଭୂମିରେ ।
ସ୍ପନ୍ଦନ କଣିକା ଗୁଡିକୁ ଭିଜାଇ ବର୍ଷାରାଣୀ କରିଦେଇଛି
ଜଡ ସଦୃଶ ନିରବ ନିସ୍ପନ୍ଦ ।
ଯେଉଁଠି ଖେଳେ ଆଜି ଶୂନ୍ୟତାର ହାଃ ହାଃ କାର ।
କାହିଁକି ରେ ବର୍ଷା ତୁ ପୁଣି ଥରେ
ବରଷିଲୁ ?
ଉଦାସ ମନଟା ଖୋଜୁଥିଲା ତ ଝଡବତାସ,
କାହିଁ ବର୍ଷାରେ ଭିଜାଇ ପକାଇଲୁ ପୁଣି ଥରେ ପ୍ରେମର ଫାଶ ।
ଭାଗ୍ୟର ନଇରେ ଉବୁଟୁବୁ ହେଉଥିବା ଜୀବନର ଦଦରା ନୌକା
ବୁଡିଯିବା ପାଇଁ ଥିଲା ଆତ୍ମହରା ମାତ୍ର ଶ୍ରାବଣର
ବରଷାରେ ତୋଳିଲୁ ପ୍ରେମ ଉନ୍ମାଦନା ।