Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା-୨୫
ଜୀବନ ଗୀତା-୨୫
★★★★★

© Geeta Sarangi

Others

1 Minutes   13.0K    4


Content Ranking

ଜୀବନ ଗୀତା 
 
ଜୀବନଟା ଆଜି ପାଲଟି ଯାଇଛି
ସାହାରାର ମରୁଭୂମି
ତଥାପି ଚାଲିଛି ତତଲା ବାଲିରେ
ଯାଇନି ପାଦ ମୋ ଥମି ॥୦॥
 
ମରୁ ମରିଚିକା ଦିଏ ଖାଲି ଧୋକା
ଆଶାର ସରସୀ ପୂରିଥିଲା ଦିନେ
ଏବେତ ଯାଇଛି ଶୁଖି
ଫଗୁଣ ଫୁଲର ହାଟ ସରିଗଲା
ଜଳେ ଖାଲି ବଇଶାଖୀ
ଛାତିରୁ ରକତ ଝରୁଛି ଖାଲି ମୋ
ପାଦ ଦେଲେ କଣ୍ଟା ଚୁମି ॥୧॥
 
ମରମ ବେଦନା କହିତ ହୁଏନା
ଛାତିର କୋହକୁ ଆଖିର ଲୁହକୁ
କରିଅଛି ମୁଁ ପାଥେୟ
କିଏ ଆପଣାର ସଭଏଁ ତ ପର
ଦେବେନି ଟିକେ ଆଶ୍ରୟ
ମୋ ଚଲାବାଟରେ ଛୁଇଁଯିବ ନାହିଁ
ମତେ କେବେ ମଉସୁମି ॥୨॥

#lyric#based on life#odia

Rate the content


Originality
Flow
Language
Cover design

Comments

Post

Some text some message..