ସ୍ମୃତିରେ ଫୁଲସଞ୍ଜ
ସ୍ମୃତିରେ ଫୁଲସଞ୍ଜ
ସେଦିନ ଫୁଲସଞ୍ଜେ ଦୁମ୍ଦୁମ୍ ବର୍ଷାରେ
ପୁବେଇ ପବନ ପରି ତୁମେ ଆସିଲ,
ଦରସୁଆ ମୋ ଦେହ ପରେ ଆଉଜି
ଦି’ପାପୁଲିରେ ମୁହଁକୁ ତୋଳି,
ମଥାରେ ଗହୀର ଚୁମାଟେ ଦେଇ ପଚାରିଲ
କିଛି ବୁଝିଲ ?
ଟିକେ ଆଗରୁ ତୁମେ ବୋଧେ କେଉଁ ମନ୍ଦିରରେ ଥିଲ
ତୁମ ଦେହ ବାସୁଥିଲା ଚନ୍ଦନ ଚନ୍ଦନ,
ଉତ୍ତର ଖୋଜି ପାଇବା ବେଳକୁ ତୁମେ ନଥିଲ;
ସେଦିନୁ ମୁଁ ନିଜେ ଗୋଟେ ପ୍ରଶ୍ନ,
ନିଜ ଭିତରେ ତଲ୍ଲୀନ । …
...
Email: litp.ranjan@gmail.com