Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଭେଟ କେବେ ହେବ

ଭେଟ କେବେ ହେବ

1 min
7.1K


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ଦିନ ପରେ ଦିନ କରିଲେ ଗମନ,

ଏଇଟା କି କଥା ଯେ ପୁରୁଣା ଦିନ ମନେ ପକାଏ ଏ ମନ |


ଚାଲି ଗଲେ ବର୍ଷ ପରେ ବର୍ଷ ,

ପୁଣି ବିଗତ ହେଲେ ଅନେକନେକ ବର୍ଷ |


ସମସ୍ତଙ୍କ ସହିତ ଘନିଷ୍ଠ ବନ୍ଧୁତ୍ୱ ଏକ ଉତ୍କୃଷ୍ଟ ଉଦାହରଣ,

ଯାହା ସର୍ବଦା ରହିବ ସମସ୍ତଙ୍କୁ ସ୍ମରଣ |

ଲୋକ ଜୀବନରେ ଆସନ୍ତି ,

ଲୋକ ଜୀବନରୁ ଯାଆନ୍ତି |


ରଖି ଯାଆନ୍ତି କେବଳ କିଛି ପୁରୁଣା କଥା ,

ଛାଡି ଯାଆନ୍ତି କେବଳ କିଛି ସୁନେଲି ଗାଥା |


ଗୁରୁଜନଙ୍କ ଠାରୁ ମିଳିଲା ଅମୁଲ୍ୟ ଶିକ୍ଷା,

କେବେ ବି ଭୁଲିବାର ନାହିଁ ତାଙ୍କର ମହାଶିକ୍ଷା |

ପୁଣି କେବେ ମିଶିବ ଆମ ପଥ ,

ଦେଖା ସାକ୍ଷାତ ହେବ ପାଇଁ ନିଶ୍ଚୟ ନେବା ଶପଥ |

କିଛି ସାଙ୍ଗ ବନ୍ଧୁ ମାନଙ୍କ ବିଷୟ ହେବ ଜଣା,

ଅନ୍ୟ କିଛି ମାନଙ୍କର ଅସ୍ତିତ୍ତ୍ୱ ସର୍ବଦା ରହିଯିବ ଅଜଣା |


ନିଜ ସମସ୍ତ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ମାନଙ୍କୁ ଏକ ଭେଟ ହେତୁ କରୁଛି ନିବେଦନ,

ସମୟ ଚକ୍ର ସହିତ ଏହି ଭେଟ ସାକାର ହେବ ଲାଗି କରୁଛି ଯାହା ଆବେଦନ|


Rate this content
Log in