Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ମୁଁ ନେତା

ମୁଁ ନେତା

1 min
6.7K


ନିହାରିକା ସାହୁ


ରାମ ଦାସ ଶିଷ୍ୟ ଶିବାଜି ମୁଁ ନୁହଁ

ଥାଳି ଧରି ଜୀବି ମାଗି,

ଦିବ୍ୟ ବ୍ୟଞ୍ଜନରେ ମୋ ଥାଳ ପୁରିଛି

ଏହି ଭୋଟରଙ୍କ ଲାଗି l

ବାଇମୁଣ୍ଡି ନୁହେଁ ମୋଟର କିଆଁ ଚିନ୍ତା

ପଥରର ବନ୍ଧ ଲାଗି,

ମୋର ନଅର ତ ଇଟା ସିମେଣ୍ଟରେ

ବନ୍ୟା କି ପାରିବ ଭାଙ୍ଗି ?

ଗୋପବନ୍ଧୁ ଦାସ ନୁହଁଇ ତ ମୁହିଁ

ପୁତ୍ର ଦେବୀ ପତ୍ନୀ କରେ,

ଲକ୍ଷେ ସନ୍ତାନର ମମତା ସଞ୍ଚିବି

ଏହି ସଂକୀର୍ଣ୍ଣ ହୃଦରେ l

ଢେଲା ଘାଟ ରକ୍ତ ଗୌରବ ଟୀକା

ମୋ ପାଇଁ କେବେ ନୋହିବ,

ରଣଜିତ ସିଂହ ନୁହଁଇ ତ ନେତା

ଅସ୍ତ୍ରରେ ଜବାବ ଦେବ l

ମଧୁ ନୁହେଁ ମୁହିଁ ମଧୁର ଭାସଇ

ଯଶ ପୌରୁଷ ପାଇଁ

ଅଭିନୟ ଭରା ଭାଷଣ ଭାଷିଲେ

ହୃଦୟ ଫୁଟି ଉଠଇ l

ନେତାଜୀ ନୁହେଁ ମୁଁ କାହିଁକି ଗଢ଼ିବି

ଆଜାଦି ପାଇଁ କୀ ଫୌଜ

ଏତେ ଟଙ୍କା ଫିଙ୍ଗି ନେତା ମୁଁ ହୋଇଛି

କିମ୍ପା ନ କରିବି ମଉଜ l


Rate this content
Log in