ପ୍ରତିମା
ପ୍ରତିମା
ପ୍ରତିମା କଣ ବୁଝିପାରେ ମନ କଥା ?
ତଥାପି ପ୍ରେମ କରେ ଶିଳ୍ପୀ
ନିହାଣ ମୁନ ରେ ଉଖାରୁ ଉଖାରୁ
ସ୍ଵପ୍ନ ବିଭୋର ହୁଏ
କେଜାଣି କେତେ ଯେ ରାତି
କଥା ହୁଏ ସ୍ଵପ୍ନରେ ସ୍ଵପ୍ନରେ
ପୁଣି ନିହାଣ ମୁନାରେ
ମାଠ ଧରି
ତୋଳିଧରେ ରୂପ ଲାବଣ୍ୟକୁ ।
ମାତ୍ର,
ପୂର୍ଣ୍ଣ ଅବୟବ କଳ୍ପ ଫୁଟିବା ବେଳକୁ
ମନେ ପଡେ ମହାଜନର ଜାଗିର
ଏଣେ ଜଳ ଜଳ ଦିଶିଯାଏ
ଅର୍ଦ୍ଧ ବସ୍ତ୍ର ପରିହିତା ପତ୍ନୀ
କଙ୍କାଳ ସାର ଛୁଆ ର ଭୋକିଲା ମୁହଁ
ଯାହାର ଆକର୍ଷଣରେ ତୁଚ୍ଛ ହୁଏ
ପ୍ରତିମା ସହ ରାତି ରାତି ଦେଖିଥିବା ସ୍ଵପ୍ନ
ତେଣିକି ଶାଗରେ ମାଛରେ ମୂଲଚାଲ
ଟେକି ଦେବାକୁ ପଡେ
ହାତରୁ ଦି ହାତ
ପୁଣି ସାମାଧି ନିଏ ଆଉ ଗୋଟାଏ ପ୍ରେମ କଥା
ପୂର୍ବବତ , ଆଦ୍ୟ ରୁ ଅଧୁନା ଯାଏଁ ।
ଶାରଦା ପ୍ରସାଦ ପରିଡା
ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,
କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା