Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଦୃଢ଼ ଜନମତ ବାହକ ସିନା ସେ

ଦୃଢ଼ ଜନମତ ବାହକ ସିନା ସେ

1 min
6.7K


ଦୃଢ଼ ଜନମତ ବାହକ ସିନା ସେ

 

ପର୍ଶୁରାମ ବିଶ୍ୱାଳ

 

ଶକତି ଦେଏରେ ଭକତି ଦେଏରେ ହେ ପ୍ରଭୁ ଚକାନୟନ

ବଞ୍ଚିରହିଥାଉ ଆମରି ଦେଶରେ ଏ ଗଣତନ୍ତ୍ର ଶାସନ

କରୁଥାଉ ଜଗା ଏ ମାଟି ସନ୍ତାନ

ତୋର ଗୁଣ ସଂକୀର୍ଣ୍ଣ ।

 

ସଭିଙ୍କି ପାଠୁଆ କରିଦେଏ ଏଠି, ଯିଏ ଅଛି ନିରକ୍ଷର

ବୁଝି ଏ ଶାସନ ମୂଲ ଗୋଟି ସିଏ ଉଠାଇପାରିବ ସ୍ୱର

ଜନମତ ଏଠି ଜନକଲ୍ୟାଣରେ

ହେଉ ସେ ଜାଜ୍ଜ୍ୱଲ୍ୟମାନ ।

 

ହୃଦେ ରହୁ ପ୍ରଭୁ ଜାତୀୟତା ଭାବ, ଥାଉ ପଛେ ବିଭିନ୍ନତା

ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ସବୁରି ପ୍ରାଣେ ଏକତା

ଭରିଦିଅ ପ୍ରଭୁ ଏ ଦେଶ ମହାନ

ହେଉ ବିଶ୍ୱ ସମାଚାର ।

 

ଲଣ୍ଠନଟି କାହିଁ ଜାଳିଲେ ସର୍କାର, ବିରୋଧୀ ବି ଶିଖୁ କିଛି

କାଚ ନଭାଙ୍ଗି ସେ ତେଲ ଭରିଦେଉ, କାଚ କରୁ ପୋଛାପୋଛି

ଗଠନମୂଳକ ସହଯୋଗ ଲୋଡ଼ା

ରାଜନୀତି ରହୁ ଦୂର ।

 

ସମ୍ବାଦ ସଂସ୍ଥାର ଭୂମିକାଟି ପ୍ରଭୁ ସବୁଠୁ ବେଶୀ ନିଆରା

ସତ୍ୟ, ନିରପେକ୍ଷ, ନିର୍ଭୀକ ସମ୍ବାଦ ଲୋଡ଼ା ଏ ଭାରତସାରା

ଦୃଢ଼ ଜନମତ ବାହକ ସିନାରେ

ଆଣେ ସବୁଠି ସଂସ୍କାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in