Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା- ୧୨୬

ଜୀବନ ଗୀତା- ୧୨୬

1 min
13.1K


ଜୀବନ ଗୀତା- ୧୨୬
 
ଲୁହର ସୁଆଦ ଜୀବନରେ ଥରେ
ଚାଖିନି କୁହ ତ ଜଣେ
ହସର ଅମୃତ ଜୀବନରେ ଚାଖି
ନଥିଲେ ନଥିବ ଥରେ ॥୦॥
 
ସଭିଙ୍କ ଭାଗ୍ୟରେ ସୁଖ ସଉଭାଗ୍ୟ
ଲେଖି ନଥାଏ ତ ବିହି
ସବୁରି ଆଖିରେ ଲୁହର ଝରଣା
ଜନ୍ମରୁ ତ ଅଛି ରହି
ସୁଖରେ ଦୁଃଖରେ ଭଲରେ ମନ୍ଦରେ
ଝରଝର ହୋଇ ଝରେ ॥୧॥
 
କେତେ ଲୁହଥାଏ ଦୁଇଆଖି ତଳେ
ପାରିବ କିଏବା ମାପି
ଯେତେ ଝରିଗଲେ ଓଦାକରି ଓଠ
ବାକି ରୁହଇ ତଥାପି
ଟିକିଏ ବ୍ୟଥାରେ ବୁନ୍ଦାବୁନ୍ଦା ଲୁହ
ଜମାହୁଏ ଆଖିଧାରେ ॥୨॥


Rate this content
Log in