Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Tragedy

5.0  

Dr.Sashi Bhushan Mohapatra

Tragedy

ଫୁଲବାମା

ଫୁଲବାମା

1 min
320



ଡଃ ଶଶୀ ଭୂଷଣ ମହାପାତ୍ର


ଦେଶ ସ୍ତବ୍ଧ

ଫୁଲବାମରେ ଆତଙ୍କର ଶବ୍ଦ

ଯବାନ ସହିଦ

ଜନତା ନିଃଶବ୍ଦ

ଆତ୍ମଘାତୀ ବିସ୍ଫୋରଣରେ

ଭାଙ୍ଗିଯାଇଛି ସୁନାର ସ୍ବପ୍ନ

ହୃଦୟରେ ଆଜି ଭୂମିକମ୍ପ |


ଅକାଳରେ ଝରିଥିବା ଜୀବନ

ଫୁଲ ନୁହେଁ,ଥିଲେ ନିଆଁ ଝୁଲ

ଉଡିଗଲେ ଯେମିତି ନିଆଁ ଗୁଲ,

ଦେଶ ପାଇଁ ବଳିଦାନ ଦେଇ

ହସି ହସି ମୃତ୍ୟୁକୁ କଲେ ଆଲିଙ୍ଗନ |

ମୃତ୍ୟୁ ଏକ ପରିସଂଖ୍ୟନ ନୁହେଁ

ସବୁବେଳେ ଏକ ଆଉ ହଜାରର,

କେତେ ହୃଦୟ ବିଦାରକ

ପଚାର ମାତା, ପତ୍ନୀ,ପୁଅ ଝିଅଙ୍କୁ

ଆପଣାର ଯେଣୁ ସେମାନେ ତାଙ୍କର|

ନିଃଶବ୍ଦ ବ୍ୟଥାର ବେଦନା

ମର୍ମେ ମର୍ମେ ସଭିଏଁ ବୁଝୁଛୁ

ଜଣା ନାହିଁ କିଏ ଚିହ୍ନ କିଏ ଅଚିହ୍ନା

ମୃତ୍ୟୁ ଯେମିତି ହେଇଛି ନିଜର କାହାର|


ଜୀବନ କେବେ ଦେଇନାହିଁ

ତୁମକୁ ଯଥେଷ୍ଟ ସମ୍ମାନ,

ମୃତ୍ୟୁ କିନ୍ତୁ କରୁଛି ସଲାମ

ମରଣର ସତେ ଆଜି ଜୟଗାନ |

ମନବି ଆମର ଯାଇଛି ମରି

ଶୋକ ସଭା ତାର ପ୍ରମାଣ

ଶବ୍ଦ ସବୁ ବତୁରି ଗଲାଣି

ଜବାବ ଦେବାକୁ ଖୋଜୁଛୁ କମାଣ|


ରକ୍ତ,ମାଂସ ,ହାଡ ଦେଇ

ତୁମେତ ଚାଲିଗଲ ଦେଶ ପାଇଁ

ଖୋଜୁଛୁ ତୁମକୁ ବାରମ୍ବାର ,

ଶବ୍ଦସବୁକୁ ରଖିଛୁ ଗୁନ୍ଥି ଗୁନ୍ଥି

କରିବାକୁ ଫୁଲମାଳ ତୁମପାଇଁ ,

ଏବେ ଆମେ ସବୁ ପ୍ରସ୍ତୁତ ହେଲୁଣି

ଆତଙ୍କବାଦକୁ ଦେବା ପାଇଁ

କମାଣରେ ଗୁନ୍ଥା ଫୁଲମାଳ |

************************


Rate this content
Log in

Similar oriya poem from Tragedy