Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଖୋଜୁ କଳାଟଙ୍କା କୋଉଠି କିମିତି

ଖୋଜୁ କଳାଟଙ୍କା କୋଉଠି କିମିତି

1 min
6.7K


ଖୋଜୁ କଳାଟଙ୍କା କୋଉଠି କିମିତି

 

ପର୍ଶୁରାମ ବିଶ୍ୱାଳ

 

ଆମ ଦେଶେ ଯେତେ ଅଛି କଳାଟଙ୍କା, କି କହିବି ମହାବାହୁ

ଦେଶ ରାଇଜର ପାଣ୍ଠିରେ ମିଶିଲେ ଗରିବୀ ଆସିବ କାହୁଁ

ବିଦେଶରେ କଳାଟଙ୍କା ଖୋଜା କଥା

ପଛକେ ପଛକୁ ଥାଉ ।

 

ବଳକା ଆୟରେ କୋଟିକୋଟି ଆଜି ବାହାରେ ଯନ୍ତ୍ରିରୀ ଘରେ

ଆଉ କେତେ ସରକାରୀ କର୍ମଚାରୀ ଅଛନ୍ତି ଖୋଜା ବାହାରେ

ଗୋଟିଗୋଟି ଘର ହୋଇଲେ ତଲାସି

ଟଙ୍କା ହେବ ହାଉଜାଉ ।

 

ନେତା-ମନ୍ତ୍ରୀ କଥା କି କହିବି ପ୍ରଭୁ, ସିଏ ଏ ଦେଶ ମାଲିକ

କଳାଟଙ୍କା ଗଦା ଉପରେ ବସନ୍ତି, ନାହିଁ ବି ଟିକିଏ ଦକ

ଖୋଲା ହେଇଗଲେ ତାଙ୍କ ଗୁମରଟି

ବରଷିବ ଟଙ୍କା ମହୁ ।

 

ଆମ ଦେଶ ଆମ ରାଇଜେ ଅଛନ୍ତି କେତେକେତେ ଧନୀ ଲୋକ

ବଳକା ସମ୍ପତ୍ତି ଆପେ ଦେଇଦେଲେ ଖଟେଇ ତାଙ୍କ ବିବେକ

ଦେଶର କାମରେ ଲାଗିବ ସେ ପ୍ରଭୁ

ତାଙ୍କୁ ଧନ୍ୟଧନ୍ୟ କହୁ ।

 

ବୁଝେଇ କହିଦେ କାଳିଆ ତୁ ଆମ କେନ୍ଦ୍ର-ରାଜ୍ୟ ସରକାର

ଖୋଜୁ କଳାଟଙ୍କା କୋଉଠି କିମିତି ଅଛି ଯାହା ଅଗୋଚର

ତା’ହେଲେ ଦେଶର ପ୍ରଗତି ମଶାଲ

ଜଳିବରେ ଦାଉଦାଉ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in