Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ପରିଚୟର ସ୍ଵାକ୍ଷର

ପରିଚୟର ସ୍ଵାକ୍ଷର

1 min
13.3K


ପରିଚୟରସ୍ଵାକ୍ଷର***

ଆକାଶରେ ଉଡିବାକୁ ଭାରି ଇଚ୍ଛା,

ନ ମାନି ସଂସାରର

ରୀତି ନୀତି ,

ଡେଣା ଗୁଡିକ ବି ଶକ୍ତ,

ଖାଲି ଭୟ

ଅହଂକୁ

କାଳେ ମୋ ସତ୍ତାକୁ ଚୋରାଇ ନେବ,

ପରିଚୟ ବି ବଦଳାଇ ଦେବ,

ଯେମିତି ଅଛି , ବେଶ ଭଲ ଅଛି,

ମୋ ପାଠକଙ୍କ ହୃଦୟରେ

ସମ୍ବର୍ଦ୍ଧିତ ହେବା

ଅବା

ସମ୍ମାନିତ ହେବା

ସଭା ସମିତିରେ ମୋର କଣ ?

ହେବ,

ପାଠକଙ୍କ

ହୃଦୟ

ମୋ ପାଇଁ ଯଥେଷ୍ଟ,

କିନ୍ତୁ

ସାଧାରଣମଣିଷ

ବେଳେବେଳେ ଲାଗେ

ଭୟ,

ଆକାଶରୁ ଖସି ପଡିବାର

ମାଟି କାମୁଡି ତଳେ ପଡିବାର

ବୁଝାଇ ଦିଏ ,

ଅମାନିଆ ମନକୁ ,ଭୁଲି ଯାଏ ନିଜକୁ,

ବରି ନିଏ

ସବୁ ସମ୍ପର୍କରୁ

ସ୍ୱେଛାକୃତ ନିର୍ବାସନ

ବୁଝାଇ ଦିଏ

ମନକୁ କହି

କିଛି ଶବ୍ଦ ହିଁ

କେବଳ ମୋ ସ୍ୱର୍ଜିତ ସମ୍ପତ୍ତି,

ଶିଳାଲିପି ମୋ ପରିଚୟର ସ୍ଵାକ୍ଷର---!

©®କାଶ୍ୟପ, ରାତ୍ର-୧୧-୩୦, ତା-୧୮-୦୬-୧୭, ରାୟଗଡା ।


Rate this content
Log in