Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଭକ୍ତ ତାଲିକାରେ ନାଆଁ ରଖିଲୁନି

ଭକ୍ତ ତାଲିକାରେ ନାଆଁ ରଖିଲୁନି

1 min
6.6K


ଭକ୍ତ ତାଲିକାରେ ନାଆଁ ରଖିଲୁନି

 

ପର୍ଶୁରାମ ବିଶ୍ୱାଳ

 

ସତ କହୁଛି ମୁଁ ସତେଇଶି ଥର ଲଣ୍ଡା ହେଲିଣି ଠାକୁର

କହ କିଆଁ ତୋର ଭକ୍ତ ତାଲିକାରେ ନାଆଁ ରଖିଲୁନି ମୋର

କି ଭାବି ତୁ ମୋତେ ପର କରିଦେଲୁ

ଇଏ କି ତୋର ବିଚାର ?

 

ବାବାଜି ହେଇ ବି ଝିଅଟି କଥା ମୁଁ ଜମା ଭୁଲିପାରୁ ନାହିଁ

ନଣନ୍ଦଟି ତା’ର କଞ୍ଚା କଳିହୁଡ଼ୀ, ଲୋକେ କୁହାକୁହି

ଏଇ କଥା ଗୋଟି ମନରେ ପଡ଼ିଲେ

ନିଦ ହଜିଯାଏ ମୋର ।

 

ବେକାର ପୁଅଟା ବୁଲୁଥିଲା ବୋଲି ବାହା ତା’ର ଦେଇଦେଲି

ରୋଜଗାର ନାହିଁ, କି କରୁଥିବ ସେ, ମନ ଛଟପଟ ଖାଲି

ବୁଢ଼ୀ କଥା ମୋର ମନେପଡ଼ିଗଲେ

ରାତିସାରା ମୋତେ ଜର ।

 

ମୋ ଘର ସଂସାର ଭାର ଗୋଟି ସତେ ନବୁ କି କହ କହ୍ନେଇ

ମୋ ବାକି ଜୀବନ ବିତି ଯିବ ଜଗା ତୋର ନାମ ଗାଇ ଗାଇ

ଯୋଡୁଚି ମୁଁ ହାତ, ରଖିଦେ ମୋ ନାଆଁ

ଭକତ ଚିଠାରେ ତୋର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in