Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Inspirational

2  

Amulya Kumar Panda

Inspirational

ସୁପୁତ୍ର

ସୁପୁତ୍ର

1 min
6.6K



ପିତାଙ୍କର ଆଜ୍ଞା ସତ୍ୟ ଧର୍ମ ବ୍ରତ

ପାଳି ନ ପାରିବା ଯେବେ

ପୁତ୍ର ଜନ୍ମ ଧିକ ହୋଇବ ସଂସାରେ

କୁପୁତ୍ର ବୋଲିବେ ତେବେ ।

ପିତାର ସମ୍ମାନ ଗୌରବ ମର୍ଯ୍ୟାଦା

ଉଚ୍ଚେ ରଖେ ଯେଉଁ ପୁତ୍ର

ସୁପୁତ୍ର ଭାବରେ ଗଣା ଯାଏ ପୁଣି

ଜାଣେ ସିଏ ସବୁ ସୁତ୍ର ।

ଆଜ୍ଞାବହ ପୁତ୍ର ନ ହୋଇବ ଯେବେ

ଜନ୍ମ ଯେ ଅସାର ହେବ

କୁପୁତ୍ର ବଞ୍ଚିବା ମରିବା ସମାନ

କୁଳାଙ୍ଗାର ଆଖ୍ୟା ନେବ ।

ଜନ୍ମି ଯେଉଁ ପୁତ୍ର ଗୁଣରେ ନୋହିଲା

ନୀଚରେ ହୁଅଇ ବୁଝା

କୁଆର ବିଷ୍ଠାରୁ ଜନ୍ମି ବଟ ବୃକ୍ଷ

ଗୁଣ ପାଇଁ ପାଏ ପୂଜା ।

ସତ୍ୟ ଧର୍ମ ସେବା ପୁତ୍ର ବୁଝିଗଲେ

କୁଳକୁ ଉଜ୍ଜ୍ବଳ କରେ

ଯିଏ ନ ବୁଝିଲା ଧିକ ତା ଜୀବନ

ବଞ୍ଚି ଥାଉ ଥାଉ ମରେ ।


ଅମୂଲ୍ୟ_କୁମାର_ପଣ୍ଡା


Rate this content
Log in

Similar oriya poem from Inspirational