Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2.5  

Ram Prasad Bisoi

Others

ମୌସୁମୀ ଓ ଆକାଶ

ମୌସୁମୀ ଓ ଆକାଶ

1 min
7.0K


ମୌସୁମୀ ଓ ଆକାଶ ।
 
ମୌସୁମୀ------!
ତମେ ମତେ ଭିଜାଇ ଦେଇପାର,
ଅଭିମାନରେ,
ଲୁହ ଝରାଇ ପାର
କିନ୍ତୁ
ତୁମେ ଆସ
ଅତର୍କିତ,
ନଥାଏ ଖବର 
ତୁମ ଆସିବାର
ଆକାଶ ପାଖରେ
ଯଦିଓ
ତା ଛାତିକୁ ନେଇ
ତୁମେ ଖେଳ-----------!
 
ବେଳେବେଳେ,
ଅଣଦେଖା କରି 
ଚିରହରିତ ସବୁଜିମାକୁ
ଓ ଆଶାର ଫୁଲର ସମ୍ଭାରକୁ
ବରଷି ଯାଅ ମରୁଭୂମିରେ
ବୋଧେ 
ପୁଣି ଫେରିଯିବାକୁ 
ତୁମ ପ୍ରକୃତିସ୍ଥ ଅବସ୍ଥା ଭିତରକୁ 
ଠିକଣା ହଜାଇ ଦେବା ଭୟରେ-----!!
 
ମୌସୁମୀ 
ଆଖି ବନ୍ଧର ବନ୍ଧନୀରୁ ଅଭିମାନରେ ଝରି ପଡିବାରେ 
କଣ ? ମିଳେ ଯେ କେଜାଣି,
ବିଚରା ଆକାଶ ବାଧ୍ୟ ହୁଏ
ବିଜୁଳି,ଘଡଘଡିର ଉତ୍ପାତ
ଲହୁ ଲୁହାଣ ବି ହୋଇଯାଏ ତା ଛାତି
ତୁମେ କିନ୍ତୁ ବୁଝାଇ ନିଅ
ମନକୁ
ଝରାଇ କେଇ ବୁନ୍ଦା ଲୁହ
ଆକାଶର 
ଛାତିକୁ ଚିରି--------!!!
 
©®💝କାଶ୍ୟପ,ରାୟଗଡା।


Rate this content
Log in