Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Fantasy Romance

2  

Sarada Parida

Fantasy Romance

ଯଦି ତୁମେ ଆସିବ

ଯଦି ତୁମେ ଆସିବ

1 min
6.7K


ଯଦି ତୁମେ ଆସିବ...

ଶାରଦା ପ୍ରସାଦ ପରିଡା

ଯଦି ତୁମେ ଆସିବ

ମୋ ଦୁନିଆରେ ଅଛି ଶବ୍ଦର ସମ୍ପତ୍ତି,

ପ୍ରେମ ଆଉ ଭଲପାଇବାର

ଭାବନାର ଭୂଖଣ୍ଡ,

କହିବ ଯଦି ଗଢିଦେବି ତୁମ ପାଇଁ

ଇପ୍ସିତ ରାଜମହଲ, 

ଶବ୍ଦରେ ଶବ୍ଦରେ, କଳ୍ପନା ରାଜ୍ୟରେ

ଗୋଟାଏ ସାଦା କାଗଜ ଉପରେ

ରୋପିଦେବି ଭଳିଭଳି ସୁଗନ୍ଧିତ ଫୁଲଗଛ

ଯିଏ ଛଳାଇବ

ସ୍ଵର୍ଗର ପାରିଜାତ ବନର ଗରିମା

 

କହିବ ଯଦି ତା ପାଶେ

ଝରିଯିବ ଅଳସୀ ପାହାଡୀ ଝରଣା

ମୋ ଶବ୍ଦର ଝଙ୍କାରରେ 

କୁଳୁକୁଳୁ ଗୀତ ଗାଇଗାଇ  ।

 

ଉଡିଆସିବେ

କୁନିକୁନି ଗୁଣ୍ଡୁରି ଚଢେଇ

ଭଳିଭଳି ପ୍ରଜାପତି

ଆବୋରି ତୁମ ଚଉହଦି

କେଉଁ ଏକ ସୁନ୍ଦରୀ

ଫୁଲଟିଏ ଭାବି ।

 

ସେତେବେଳେ ଈର୍ଷା କରିବ

ବଗିଚାର ଫୁଲ,

ହଁ, ନହେବ ବା କେମିତି

ସବୁ ଫୁଲର ସୌନ୍ଦର୍ଯ୍ୟ ତ

ଆବୋରି ନେଇଥିବ ତୁମେ

ଆଉ ସୁଗନ୍ଧ ବି,

ତୁମ ଫୁରୁଫୁରୁ ଉଡୁଥିବା

କବରୀର ଗନ୍ଧରେ  

 

କେବେ ପାର ଯଦି

ପରିକଳ୍ପନା କର,

ମୋ ଭାବନାର ପ୍ରବଳତା

ଯାହାକୁ ରୂପ ଦେଇପାରନ୍ତିନି

ଶବ୍ଦମାନେ ମୋ କବିତାରେ;

ଠିକ ଯେମିତି ଏଇ କବିତାଟି;

ଯିଏ ବର୍ଣ୍ଣିିପାରେନି ଠିକ୍ ଭାବେ 

ତୁମ ରୂପ ଆଉ ଗୁଣ ।

 

ମାତ୍ର ଏ ଭାବନାର କ'ଣ ବା ମୂଲ୍ୟ,   

ଶବ୍ଦମାନେ କ’ଣ କିଣିପାରନ୍ତି ଚାକଚକ୍ୟ ସମ୍ପର୍କରେ,

ଶରୀରରେ ସଜେଇପାରନ୍ତି ଆଖିର ସ୍ଵପ୍ଣ,

ଏସବୁ ପାଇଁ ତ ଲୋଡା

ମୁଠାମୁଠା ଟଙ୍କା

ଯେଉଁଟା ମୋ ପାଇଁ ଅସମ୍ଭବ 

ହେଲେ କଳ୍ପନାର କ'ଣ ସରହଦ

ଏମିତିି ବେଳେବେଳେ ଭାବେ,

ଯଦି କେବେ ବାସ୍ତବରେ ଆସିବ

ମୋ ହୃଦୟର ଭାବନାର

ମୂଲ୍ୟାଙ୍କନ କରିବ

ସେତେବେଳେ ହୃଦୟର ମୋର

କେଉଁ ଦଶା ହେବ ?

 

ଅଧ୍ୟାପକ, ମେକାନିକାଲ୍ ଇଂଜିନିୟରିଂଗ୍ 

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ

ଜଟଣୀ, ଖୋର୍ଦ୍ଧା

 

 *******************


Rate this content
Log in

Similar oriya poem from Fantasy